ଶୁଲିଆ ଯାତ୍ରାରେ ରକ୍ତରଞ୍ଜିତ ହେଲା ଶୁଲିଆ ମାଟି
ବଲାଙ୍ଗୀର : ଆଜି ବଲାଙ୍ଗୀରର ପ୍ରସିଦ୍ଧ ଶୁଲିଆ ଯାତ୍ରା। ରକ୍ତରଞ୍ଜିତ ହେଲା ଶୁଲିଆ ମାଟି। କୋଭିଡ୍ କଟକଣା ମଧ୍ୟରେ ପାଳିତ ହେଉଛି ଆଦିବାସୀମାନଙ୍କ ପାରମ୍ପରିକ ପ୍ରସିଦ୍ଧ ଶୁଲିଆ ଯାତ୍ରା।
ସକାଳୁ ସକାଳୁ ପୂଜକ ଗାଁ ଭିତରେ ଥିବା ପୀଠରେ ପୂଜାର୍ଚ୍ଚନା ପରେ ପାଟ ଭୁକା ଶୁଲିଆ ପୀଠ ଖାଇରଗୁଡାକୁ ପାରମ୍ପରିକ ବାଜା ବଜାଇ ଶୋଭାଯାତ୍ରା କରାଯାଇଥିଲା। ସେଠାରେ ଦେବତାଙ୍କୁ ଆମନ୍ତ୍ରଣ କରିବା ପରେ ମଣିଷ ଶରୀରରେ ଦେବତାଙ୍କୁ ପ୍ରବେଶ କରାଇ ପ୍ରଥମେ ଗୋଟିଏ ଧଳା ଗଞ୍ଜା କୁକୁଡ଼ା ଓ ପରେ ପାଟଭୁକା ବଳି ଦିଆଯାଇଛି। ଏହାପରେ ଅନ୍ୟ ପଶୁପକ୍ଷୀଙ୍କ ବଳୀ ଦିଆଯିବ। ମାନସିକ କରି ଆସିଥିବା ଶ୍ରଦ୍ଧାଳୁମାନେ କୁକୁଡ଼ା, ଛେଳି, ମେଣ୍ଢା, ପୋଢ଼ ବଳୀ ଦେଇଥାନ୍ତି।
ଏନେଇ ପ୍ରଶାସନ ପକ୍ଷରୁ ବଳୀକୁ ନେଇ ସଚେତନ କରାଇବା ସହ ମାଜିଷ୍ଟ୍ରେଟଙ୍କ ସହ ବହୁ ଅଧିକାରୀ, ଅଗ୍ନିଶମ ବିଭାଗ ସହ ୪ ପ୍ଲାଟୁନ ଫୋର୍ସ ଓ ୧୫ ଜଣ ପୋଲିସ ଅଧିକାରୀଙ୍କୁ ମୁତୟନ କରାଯାଇଛି। ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ ତୁଷୁରା ବ୍ଲକର ବିଭିନ୍ନ ସ୍ଥାନରେ ଏହି ଶୁଲିଆ ଯାତ୍ରା ହୋଇଥିବା ବେଳେ ଦେଓଗାଁ ବ୍ଲକ ଖୀରଗୁଡା ବଡ଼ ଖଳା ଓ ସାନ ଖଳାରେ ମୁଖ୍ୟ ପୁଜା ଓ ବଳୀ ହୋଇଥାଏ। ସେପଟେ ପଶ୍ଚିମ ଓଡ଼ିଶା ସହ ଓଡ଼ିଶାର ବହୁ ଜିଲ୍ଲାରୁ ଭକ୍ତ ଆସୁଥିବା ବେଳେ ଝାରଖଣ୍ଡ, ଛତିଶଗଡ଼ ରାଜ୍ୟ ବାହାରୁ ମଧ୍ୟ ଭକ୍ତ ଆସି ଏଠାରେ ମାନସିକ କରି ବଳୀ ଦେଇଥାନ୍ତି। ତେବେ କରୋନା କଟକଣା ଯୋଗୁଁ ସାମାଜିକ ଦୂରତା ସହ ମାସ୍କକୁ ବାଧ୍ୟତାମୂଳକ କରାଯାଇ ଗହଳକୁ ବାଦ୍ ଦେଇ ଯାତ୍ରା କରାଯିବା ପାଇଁ ପ୍ରସ୍ତୁତି କରିଛି ପ୍ରଶାସନ।
Powered by Froala Editor