ଟେଲିଗ୍ରାମ ଉପରୁ ହଟିଲା ପ୍ରତିବନ୍ଧକ
ଜୁନ୍ ୨୨ ମଧ୍ୟରାତ୍ରୀରେ ଗୁଗଲ ଟେଲିଗ୍ରାମ ଉପରୁ ପ୍ରତିବନ୍ଧକ ହଟାଇଛି। ସରକାରଙ୍କ ଦ୍ଵାରା ନିର୍ଦ୍ଧାରିତ ହୋଇଥିବା ସମୟସୀମା ସରିବା ପରେ ସପ୍ତାହ ପରେ ଫେରିଛି ଟେଲିଗ୍ରାମ। ତେବେ ଆପଲ ଆପ୍ ଷ୍ଟୋରରେ ଟେଲିଗ୍ରାମ ସକାଳ ୧୦ଟା ସୁଦ୍ଧା ଡିଲିଷ୍ଟେଡ୍ ଥିଲା। ତେବେ ଆପ୍ ରୁ ଏବେ ସୁଦ୍ଧା ସମ୍ପୂର୍ଣ୍ଣ ରୂପରେ ପ୍ରତିବନ୍ଧକ ହଟିନାହିଁ। ଏହାର ମେସେଜ୍ ଏଡିଟିଂ ଫିଚର ଉପରେ ଏବେବି ପ୍ରତିବନ୍ଧକ ଲାଗିଛି। ଜୁନ୍ ୩୦ ଯାଏଁ ଏହି ଫିଚର ବନ୍ଦ ରହିବ ବୋଲି ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ରହିଛି।
ଏହି ମାମଲା ଡିଜିଟାଲ୍ ପ୍ଲାଟଫର୍ମର ଦାୟିତ୍ୱବୋଧ ଏବଂ ବିଷୟବସ୍ତୁ ନିୟନ୍ତ୍ରଣ ସମ୍ପର୍କରେ ସରକାର ଏବଂ ଟେକ୍ କମ୍ପାନୀଗୁଡ଼ିକ ମଧ୍ୟରେ ବଢ଼ୁଥିବା ଚାପକୁ ପ୍ରତିଫଳିତ କରୁଛି। ଭବିଷ୍ୟତରେ, ଟେଲିଗ୍ରାମ ସମେତ ମେସେଜିଂ ପ୍ଲାଟଫର୍ମଗୁଡିକରେ ଭୁଲ ସୂଚନା, ପରୀକ୍ଷା ସମ୍ବନ୍ଧୀୟ ଠକେଇ ଏବଂ ଅବୈଧ ବିଷୟବସ୍ତୁକୁ ରୋକିବା ପାଇଁ ସରକାର ଅଧିକ କଠୋର ନିୟମ ଲାଗୁ କରିପାରନ୍ତି।
ଟେଲିଗ୍ରାମ୍ ସିଇଓ ପାୱେଲ ଡୁରୋବ ଏନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଯେ, କିଛି ଲୋକଙ୍କ ପାଇଁ ପୁରା ପ୍ଲାଟଫର୍ମ ଉପରେ ପ୍ରତିବନ୍ଧକ ଲଗାଇବା ନିଷ୍ପତ୍ତି ଠିକ୍ ନୁହେଁ।
Powered by Froala Editor