ଟ୍ରେନରେ ଧୁମ୍ରପାନ କଲେ ଜରିମାନା
ଏଣିକି ଟ୍ରେନରେ ଧୁମ୍ରପାନ କଲେ କିମ୍ବା କାହାକୁ ଗାଳିଗୁଳଜ କି ଭିକ୍ଷାବୃତ୍ତି କଲେ, ଦେବାକୁ ପଡ଼ିବ ଭାରି ଜରିମାନା। ଜନ ବିଶ୍ୱାସ ସଂଶୋଧନ ଆଇନ-୨୦୨୬ଅନୁଯାୟୀ ଟ୍ରେନ୍ ଓ ରେଳ ପରିସରରେ ନିୟମ ଭଙ୍ଗ କଲେ ଗଣିବାକୁ ପଡ଼ିବ ୨ ହଜାର ଟଙ୍କା ଜରିମାନା। ଯଦି ଜରିମାନା ରାଶି ପରିଶୋଧ ନ କରାଯାଏ, ତେବେ ସମ୍ପୃକ୍ତ ବ୍ୟକ୍ତିଙ୍କୁ କୋର୍ଟରେ ହାଜର କରାଯିବ। ଅଦାଲତରେ ଦୋଷୀ ସାବ୍ୟସ୍ତ ହେଲେ, ସର୍ବାଧିକ ୫ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ହୋଇପାରେ।
ଯାତ୍ରୀଙ୍କ ସୁରକ୍ଷା ଓ ସୁବିଧା ପାଇଁ ନିୟମକୁ କଡ଼ାକଡ଼ି କରିଛି ଭାରତୀୟ ରେଳବାଇ। ରେଳବାଇ ଆଇନ, ୧୯୮୯ର ଧାରା ୧୬୭ ଅନୁଯାୟୀ, ଟ୍ରେନ୍ ଏବଂ ରେଳ ପରିସରରେ ଧୂମପାନ ସଂପୂର୍ଣ୍ଣ ଭାବେ ନିଷିଦ୍ଧ। ଏଥିସହ ସଂରକ୍ଷିତ ବୋଗିରେ ବେଆଇନ ପ୍ରବେଶ କଲେ ୨ ହଜାର ଫାଇନ୍ ଗଣିବେ। ସିଟ୍ ଖାଲି ନ କଲେ ଗଣିବେ ୧ ହଜାର ଟଙ୍କା ଜରିମାନା। ରେଲୱେ ସିଗନାଲ୍ ଅମାନ୍ୟ କଲେ ୫୦୦ ଟଙ୍କା ଜରିମାନା ପଡିବ। ମହିଳା କୋଚରେ ପୁରୁଷ ପ୍ରବେଶ କଲେ ୨ ହଜାର ୫ ଶହ ଟଙ୍କା ଫାଇନ୍ ଦେବାକୁ ପଡିବ। କିଛି ବର୍ଷରେ ଟ୍ରେନରେ ଘଟିଥିବା ଅନେକ ଅଗ୍ନିକାଣ୍ଡ ଘଟଣା ପଛରେ ଧୂମପାନ କିମ୍ବା ଜ୍ୱଳନଶୀଳ ସାମଗ୍ରୀ ପରିବହନ ଦାୟୀ ଥିବା ସନ୍ଦେହ କରାଯାଇଛି।
Powered by Froala Editor