ଆଜି ରାଜ୍ୟରେ ୨୭୦୩ କରୋନା ପଜିଟିଭ୍
ଭୁବନେଶ୍ୱର: ଧୀରେଧୀରେ କରୋନା ଗ୍ରାଫ ଉପର ମୁହାଁ ହେବାରେ ଲାଗିଛି । ଗତ କିଛି ଦିନ ହେବ ସଂକ୍ରମଣ ହୁ ହୁ ହୋଇ ବଢିବାରେ ଲାଗିଛି । ଗତ ୨୪ଘଣ୍ଟାରେ ରାଜ୍ୟରେ ୨୫୦୦ପାର୍ କରିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଆଜି ରାଜ୍ୟରେ ୨୭୦୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୧୫୭୯ଜଣ ରହିଥିବାବେଳେ ୧୧୨୪ଜଣ ସ୍ଥାନୀୟ ସଂକ୍ରମଣ ରହିଛି । ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୧୮ବର୍ଷରୁ କମ୍ ୪୦୯ଜଣ ଛୁଆ ଅଛନ୍ତି। ଯାହା ଚିନ୍ତାର କାରଣ ପାଲଟିଛି ।
ସୂଚନା ଓ ଲୋକ ସମ୍ପର୍କ ବିଭାଗର ରିପୋର୍ଟ ଅନୁସାରେ ଖୋର୍ଦ୍ଧାରୁ ସର୍ବାଧିକ ୯୨୬, ଅନୁଗୁଳରୁ ୭, କଟକରୁ ୧୯୧, ବାଲେଶ୍ୱରରୁ ୭୩, ବରଗଡରୁ ୭୫, ଭଦ୍ରକରୁ ୫, ବଲାଙ୍ଗୀରରୁ ୫୪, ବୌଦ୍ଧରୁ ୭, ଦେବଗଡରୁ ୩୭, ଢେଙ୍କାନାଳରୁ ୩, ଗଜପତିରୁ ୯, ଗଞ୍ଜାମରୁ ୨୭, ଜଗତସିଂହପୁରରୁ ୧୩, ଯାଜପୁରରୁ ୭୮, ଝାରସୁଗୁଡାରୁ ୧୦୬, କଳାହାଣ୍ଡିରୁ ୧୩, କନ୍ଧମାଳରୁ ୩, କେନ୍ଦ୍ରାପଡାରୁ ୬, କେନ୍ଦୁଝରରୁ ୩୩, କେରାପୁଟରୁ ୧୯, ମାଲକାନାଗିରି ୧, ମୟୂରଭଞ୍ଜରୁ ୪୨, ନବରଙ୍ଗପୁରରୁ ୨୯, ନୟାଗଡରୁ ୬, ନୂଆପଡାରୁ ୧୦, ପୁରୀରୁ ୫୪, ରାୟଗଡାରୁ ୨୨, ସମ୍ବଲପୁରରୁ ୧୭୯, ସୋନପୁରରୁ ୧୦, ସୁନ୍ଦରଗଡରୁ ୪୫୪ ଓ ରାଜ୍ୟପୁଲରୁ ୨୧୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ଲକ୍ଷ ୬୨ହଜାର ୪୭୬କୁ ବୃଦ୍ଧି ପାଇଛି ।
Powered by Froala Editor