ନୂଆବର୍ଷରେ ଶ୍ରୀମନ୍ଦିର ଓ ବାବା ଧବଳେଶ୍ଵର ପୀଠରେ ସାଧାରଣ ଦର୍ଶନ ବନ୍ଦ
ଚଳିତବର୍ଷ ନୂଆବର୍ଷ ପାଳନ ଫିକା ପଡିବ। ବର୍ଷର ପ୍ରଥମ ଦିନରେ ଶ୍ରୀମନ୍ଦିର ଓ ବାବା ଧବଳେଶ୍ଵର ପୀଠରେ ସାଧାରଣ ଦର୍ଶନ ବନ୍ଦ ରହିବ। ଓମିକ୍ରନ୍ ମୁକାବିଲା ପାଇଁ ଆସନ୍ତାକାଲି ଠାରୁ ତିନିଦିନ ଧରି ଶ୍ରୀମନ୍ଦିର ସର୍ବସାଧାରଣଙ୍କ ଦର୍ଶନ ପାଇଁ ବନ୍ଦ ରହିବ।
ଅତ୍ୟଧିକ ଜନସମାଗମକୁ ଦୃଷ୍ଟିରେ ରଖି ଡିସେମ୍ବର ୩୧, ଜାନୁଆରୀ ୧ ଓ ୨ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିବ। ଶ୍ରୀମନ୍ଦିର ଛତିଶା ଓ ପରିଚାଳନା କମିଟି ବୈଠକରେ ଯଥେଷ୍ଟ ପୂର୍ବରୁ ଏଭଳି ନିଷ୍ପତ୍ତି ନିଆଯାଇଥିଲା। ଶେଷ ଦିନ ଓ ନୂଆବର୍ଷର ପ୍ରଥମ ଦିନରେ ଅତ୍ୟଧିକ ଗହଳିକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି।
ସେହିପରି ୩୧ ଏବଂ ୧ ତାରିଖ ଦୁଇ ଦିନ ଧରି ବାବା ଧବଳେଶ୍ଵର ପୀଠରେ ୧୪୪ ଧାରା ଜାରି କରିଛି ଆଠଗଡ଼ ପ୍ରଶାସନ । ପୂର୍ବପରି ପୂଜକ ସମିତି ପକ୍ଷରୁ ସମସ୍ତ ପ୍ରକାର ରୀତିନୀତି ଚାଲୁ ରହିବ । କିନ୍ତୁ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କୁ ପୀଠକୁ ନଆସିବା ପାଇଁ ଆଠଗଡ଼ ପ୍ରଶାସନ ପକ୍ଷରୁ କରାଯାଇଛି ।
Powered by Froala Editor