ବରିଷ୍ଠ ପୁଲିସସ୍ତରରେ ଅଦଳବଦଳ : ଏଆଇଜି ମୁଖ୍ୟାଳୟ ଗଲେ ମାଲକାନଗିରି ଏସ୍ପିି
ବରିଷ୍ଠ ପୁଲିସ ଅଫିସରସ୍ତରରେ ଅଦଳବଦଳ କରାଯାଇଛି। ମାଲକାନଗିରି ଏସ୍ପିି ପ୍ରହଲ୍ଲାଦ ଏସ୍ ମୀନାଙ୍କୁ ଏଆଇଜି ମୁଖ୍ୟାଳୟରେ ଅବସ୍ଥାପିତ କରାଯାଇଛି। ମାଲକାନଗିରିରେ ନୀତେଶ ୱାଧୱାନୀଙ୍କୁ ନୂଆ ଏସ୍ପି ଭାବେ ନିଯୁକ୍ତି ମିଳିଛି। ଏନେଇ ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
ସେହିପରି ଆଇପିଏସ୍ ଏସ୍ ଶୁଶ୍ରୀ କେସିଙ୍ଗା ଏସ୍ଡିପିଓ ଥିବା ବେଳେ ଏବେ ତାଙ୍କୁ ଭୁବନେଶ୍ୱର ଟ୍ରାଫିକ୍ ଡିଏସ୍ପି ଭାବେ ଦାୟିତ୍ୱ ମିଳିଛି । ଅଭିଳାଶ ଜି. ମାଲ୍କାନ୍ଗିରି ଏସ୍ଡିପିଓ ଥିବା ବେଳେ ତାଙ୍କୁ ନାର୍କୋଟିକ୍ସ ଏବଂ ଏସ୍ଟିଏଫ୍ର ଏସ୍ପି ଭାବେ ପଦୋନ୍ନତି ମିଳିଛି ।
ଓପିଏସ୍ ମାୟାଧର ସେଠୀ ଭୁବନେଶ୍ୱର ଟ୍ରାଫିକ୍ର ଡିସିପି ଥିବା ବେଳେ ତାଙ୍କୁ ଏବେ ଅପରାଧ ବିଭାଗର ଡିସିପି ଭାବେ ବଦଳି କରାଯାଇଛି । ଓପିଏସ୍ ମାଧୁରୀ ସାମଲ୍ ନାର୍କୋଟିକ୍ସ ଏବଂ ଏସ୍ଟିଏଫ୍ର ଏସ୍ପି ଥିବା ବେଳେ ତାଙ୍କୁ ସିଆଇଡି ଓ ସିବିର ଏସ୍ପି ଭାବେ ବଦଳି କରାଯାଇଛି ।
ତେବେ ମାଲକାନଗିରି ଏସପି ଶ୍ରୀ ମୀନାଙ୍କୁ ବର୍ଷକ ମଧ୍ୟରେ ୩ଥର ବଦଳି କରାଯିବାକୁ ନେଇ ପୁଲିସ ପ୍ରଶାସନରେ ଚର୍ଚ୍ଚା ଜୋର ଧରିଛି । ମାଲକାନଗିରିରେ ଏସଡିପିଓ ଭାବେ କାର୍ଯ୍ୟ କରିଥିବା ଶ୍ରୀ ମୀନାଙ୍କୁ ୨୦୨୦ ଡିସେମ୍ବର ଶେଷ ସପ୍ତାହରେ ଏସପି ଭାବେ ପଦୋନ୍ନତି ଦିଆଯାଇ ନବରଙ୍ଗପୁରର ଏସପି କରାଯାଇଥିଲା । କିନ୍ତୁ ୬ମାସ ନପୁରୁଣୁ ୨୦୨୧ ଜୁଲାଇ ମାସରେ ତାଙ୍କୁ ପୁଣିଥରେ ମାଲକାନଗିରି ଏସପି ଭାବେ ବଦଳି କରାଯାଇଛି ।
Powered by Froala Editor