କମିଲା ଖାଇବା ତେଲ ଦାମ

ନୂଆଦିଲ୍ଲୀ: ବିଶ୍ବ ବଜାରରେ ଦର ଉଚ୍ଚ ସ୍ତରରେ ରହିଥିଲେ ମଧ୍ୟ ଆମଦାନି ଶୁଳ୍କ ହ୍ରାସ କରାଯାଇଥିବାରୁ ଗତ କିଛି ମାସ ଭିତରେ ଦେଶରେ ଖାଇବା ତେଲ ଦାମ୍ ହ୍ରାସ ପାଇଛି। ଅଧିକ ଅଶୋଧିତ ସନ୍ଫ୍ଲାୱାର ତୈଳ ଆମଦାନି କରାଯିବା ସହ ଉତ୍ପାଦନ ଓ ପରିବହନ ଖର୍ଚ୍ଚ ଯୋଗୁଁ ତାହାର ଦାମ୍ ଗତବର୍ଷ ବହୁତ ବଢ଼ିଥିଲା। କେନ୍ଦ୍ର ସରକାର ସନ୍ଫ୍ଲାୱାର ଅଏଲ୍ ଉପରୁ ଶୁଳ୍କ ହ୍ରାସ କରିବା ପରେ ତାହାର ଦାମ୍ ହ୍ରାସ ପାଇଛି।
ଭାରତ ସରକାର ଟିକସ ହ୍ରାସ ଭଳି ପଦକ୍ଷେପ ଗ୍ରହଣ କରିବାରୁ ତାହା ଫ୍ରିଡମ୍ ରିଫାଇନ୍ଡ ସନ୍ଫ୍ଲାୱାର ଅଏଲ୍ର ମୂଲ୍ୟ ହ୍ରାସ କରିବାରେ ସହାୟକ ହୋଇଥିଲା। ଏବେ ଏହି ତେଲ ଲିଟର ପିଛା ୧୪୦ ଟଙ୍କା କିମ୍ବା ତା'ଠାରୁ କମ୍ ଦାମ୍ରେ ଉପଲବ୍ଧ ହେଉଛି। ଅଧିକାଂଶ ଗ୍ରାହକ ଏବିଷୟରେ ସଚେତନ ହୋଇଗଲେଣି ଯେ ଖାଇବା ତେଲ ଏମ୍ଆର୍ପି ଠାରୁ କମ୍ ଦାମ୍ରେ ବିକ୍ରି ହେଉଛି। ସରକାରଙ୍କ ପଦକ୍ଷେପ ଯୋଗୁଁ ଖାଇବା ତେଲ ଦାମ୍ ଶୀର୍ଷ ସ୍ତରରୁ ପ୍ରାୟ ୨୦% ହ୍ରାସ ପାଇଛି।
Powered by Froala Editor