ଭିଏନତାମରେ ବୋଟ୍ ଦୁର୍ଘଟଣାରେ ଶୋକ ପ୍ରକାଶ କଲେ ମୋଦୀ
ନୂଆଦିଲ୍ଲୀ: ଭିଏନତାମରେ ବୋଟ୍ ଦୁର୍ଘଟଣାରେ ଭାରତୀୟ ନାଗରିକଙ୍କ ମୃତ୍ୟୁରେ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀ କହିଲେ- ଭାରତୀୟ ଦୂତାବାସ ସମସ୍ତ ସମ୍ଭାବ୍ୟ ସାହାଯ୍ୟ କରୁଛି। ଭିଏତନାମ ମିଡିଆ ରିପୋର୍ଟ ମୁତାବକ, ଶନିବାର ହୋଇଥିବା ଏକି ଘଟଣାରେ ୧୫ ଜଣ ଭାରତୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଛି। ପିଏମ୍ ମୋଦି ଏକ୍ସରେ ଏକ ପୋଷ୍ଟରେ କହିଛନ୍ତି , ଭିଏତନାମର ଫୁ କ୍ୱିକ ନିକଟରେ ଭାରତୀୟ ନାଗରିକଙ୍କ ବୋଟ୍ ଦୁର୍ଘଟଣାର ଦୁଃଖଦ ଖବର ବିଷୟରେ ଜାଣି ଖୁବ୍ ଦୁଃଖିତ। ପ୍ରଧାନମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ, ଭାରତୀୟ ଦୂତାବାସ ଓ ବାଣିଜ୍ୟ ଦୂତାବାସ ସମସ୍ତ ସମ୍ଭାବ୍ୟ ସହାୟତା ପ୍ରଦାନ କରୁଛି। ସେ କହିଛନ୍ତି, ଆମର ଅଧିକାରୀ ଭିଏତନାମ ଅଧିକାରୀଙ୍କ ସହ ମଧ୍ୟ ନିକଟ ସଂପର୍କରେ ଅଛନ୍ତି।
ନିଜର ପ୍ରିୟଜନଙ୍କୁ ହରାଇଥିବା ପରିବାର ଗୁଡ଼ିକ ପ୍ରତି ନିଜର ଗଭୀର ସମ୍ୱେଦନା ବ୍ୟକ୍ତ କରି , ପିଏମ୍ ମୋଦି କହିଛନ୍ତି , ଆହତମାନଙ୍କ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛି। ଦୁର୍ଘଟଣା ସମୟରେ ସ୍ପିଡବୋଟରେ ୩୨ ଜଣ ଭାରତୀୟ ପର୍ଯ୍ୟଟକ ଓ ଚାଳକ ଦଳର ଚାରି ଜଣ ସଦସ୍ୟ ଥିଲେ। ଭିଏତନାମୀ ନ୍ୟୁଜ୍ ପୋର୍ଟାଲ ଭିଏମ୍ ଏକ୍ସପ୍ରେସ୍ ଇଣ୍ଟରନେସନାଲ କହିଛି ଯେ,ଏହି ଫୁ କ୍ୱୋକର ଉପକୂଳରେ ଏନ ଥୋଇ ଦ୍ୱୀପ ସମୂହର ଏକ ଦ୍ୱୀପ ହୋନ ମେ ରୁତ ନଗୋଇରୁ ପ୍ରାୟ ୪୦୦ ମିଟର ଦୂରରେ ଓଲଟି ଯାଇଥିଲା।
Powered by Froala Editor