ନିର୍ବାଚନ କମିଶନରଙ୍କୁ କହିଥିଲେ ମନମୋହନ ସିଂ ‘ମୁଁ ଆତ୍ମହତ୍ୟା କରିଦେବି….’
‘ମୁଁ ଆତ୍ମହତ୍ୟା କରିଦେବି’। ୨୦୧୨ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ସେତେବେଳର ମୁଖ୍ୟ ନିର୍ବାଚନ କମିଶନ(ସିଇସି) ଏସ ୱାଇ କ୍ୟୁରେଶୀଙ୍କୁ ଏଭଳି କିଛି କହିଥିଲେ। କାରଣ ନିର୍ବାଚନ କମିଶନଙ୍କ କାମକୁ ନେଇ କଂଗ୍ରେସର କିଛି ମନ୍ତ୍ରୀ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ। ଏଥିରେ ଆଘାତ ପାଇ କ୍ୟୁରେଶୀ ନିଜର ଅସନ୍ତୋଷ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ନିକଟରେ ପହଁଞ୍ଚାଇଥିଲେ। ମନମୋହନ ସିଂହ ସେତେବେଳେ କ୍ୟୁରେଶୀଙ୍କୁ କହିଥିଲେ ‘ନିର୍ବାଚନ କମିଶନ୍’ କେବଳ ଭାରତର ଗୌରବ ନୁହେଁ,ବଂର ଲୋକତନ୍ତ୍ରର ଆତ୍ମା। ଯଦି ଆମେ ଏହାକୁ ହରାଇ ଦେବା ତେବେ ସବୁ କିଛି ହରାଇ ଦେବା।
ଏହି ବିବରଣୀ ଏବେ ଏସ.ୱାଇ. କୁରେସିଙ୍କ ପୁସ୍ତକ, India and I: A Hundred Memories, Not a Memoir ରେ ପ୍ରକାଶ ପାଇଛି । ପୁସ୍ତକରେ, କୁରେସି ମନମୋହନ ସିଂଙ୍କ ସହିତ ଜଡିତ ଏହି ଘଟଣା ବିଷୟରେ ବିସ୍ତୃତ ଭାବରେ ଲେଖିଛନ୍ତି । ପୁସ୍ତକଟି କିଛି ଦିନ ମଧ୍ୟରେ ବଜାରକୁ ଆସିବାକୁ ଯାଉଛି ।
କୁରେସିଙ୍କ ଅନୁଯାୟୀ, ଜାନୁଆରୀ ୨୦୧୨ରେ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ସମୟରେ, ତତ୍କାଳୀନ ଆଇନ ମନ୍ତ୍ରୀ ସଲମାନ ଖୁର୍ସିଦ ଏକ ନିର୍ବାଚନୀ ରାଲିରେ କହିଥିଲେ ଯେ ଯଦି ତାଙ୍କ ଦଳ କ୍ଷମତାକୁ ଆସେ, ତେବେ ଚାକିରିରେ ମୁସଲମାନମାନଙ୍କ ପାଇଁ ସଂରକ୍ଷଣ ୪.୫ ପ୍ରତିଶତରୁ ୯ ପ୍ରତିଶତକୁ ବୃଦ୍ଧି କରାଯିବ।
ଏସୱାଇ କୁରେଶୀ ଲେଖିଛନ୍ତି, 'ଭାରତୀୟ ଜନତା ପାର୍ଟି ତୁରନ୍ତ ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ କରି ଏହାକୁ ଆଦର୍ଶ ଆଚରଣ ସଂହିତାର ଉଲ୍ଲଂଘନ ବୋଲି କହିଥିଲା। ବିଜେପି କହିଥିଲା ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବା ଏବଂ ଆଦର୍ଶ ଆଚରଣ ସଂହିତା ଲାଗୁ ହେବା ପରେ କୌଣସି ନୂତନ ଯୋଜନା ଘୋଷଣା କରାଯାଇପାରିବ ନାହିଁ। ସଲମାନ ଖୁର୍ସିଦଙ୍କ ନିର୍ବାଚନ ପ୍ରତିଶ୍ରୁତି ସମ୍ପର୍କରେ ଏକ ଅଭିଯୋଗ ଦାଖଲ କରାଯାଇଥିଲା। ଆମେ ଚାରି ଦିନର ଶୁଣାଣି କରିଥିଲୁ। କଂଗ୍ରେସ ପକ୍ଷରୁ ଅଭିଷେକ ମନୁ ସିଂଘଭି ଏବଂ ବିଜେପି ପକ୍ଷରୁ ପ୍ରତିନିଧିତ୍ୱ କରୁଥିଲେ ଅରୁଣ ଜେଟଲି। ନିର୍ବାଚନ ପ୍ରଚାର ବେଳେ ମତଦାତାଙ୍କୁ ପ୍ରଲୋଭନ ନଦେଖାଇ ପ୍ରତିଶ୍ରୁତିକୁ ଏକ ସୀମାରେଖା ମଧ୍ୟରେ ରଖିବାକୁ ଚର୍ଚ୍ଚା ହୋଇଥିଲା।
ଏପରିକି ନିର୍ବାଚନ କମିଶନ୍ ମଧ୍ୟ ଖୁର୍ସିଦଙ୍କୁ ନିନ୍ଦା କରିଥିଲେ, ଯାହାକି ନିର୍ବାଚନ ଆଚରଣ ବିଧି ଅନୁସାରେ ସବୁଠାରୁ କଡା କାର୍ଯ୍ୟାନୁଷ୍ଠାନ ଥିଲା।’ ସେ ଆହୁରି ଲେଖିଛନ୍ତି, ନିର୍ବାଚନ କମିଶନଙ୍କ ନିନ୍ଦାରେ ଖୁର୍ସିଦ ଖୁବ୍ ଚିନ୍ତିତ ଥିଲେ। ଏହାକୁ ନେଇ କଂଗ୍ରେସରେ ସ୍ବର ଉତ୍ତୋଳନ ହୋଇଥିଲା।
Powered by Froala Editor