‘ଜନ ନାୟକନ୍’କୁ ମିଳିଲା ‘A’ ସାର୍ଟିଫିକେଟ୍
ସୁପରଷ୍ଟାର ଥାଲାପତି ବିଜୟଙ୍କ ଆଗାମୀ ବହୁପ୍ରତୀକ୍ଷିତ ଫିଲ୍ମ 'ଜନ ନାୟଗନ'କୁ ନେଇ ସୋସିଆଲ ମିଡିଆରେ ହଲଚଲ ସୃଷ୍ଟି ହୋଇଛି। ‘ଜନ ନାୟକନ୍’କୁ ଶେଷରେ ସେଣ୍ଟ୍ରାଲ ବୋର୍ଡ ଅଫ୍ ଫିଲ୍ମ ସର୍ଟିଫିକେସନ୍ (CBFC) ପକ୍ଷରୁ ମଞ୍ଜୁରୀ ମିଳିଯାଇଛି । ସେନ୍ସର ବୋର୍ଡ ‘ଜନ ନାୟଗନ୍’କୁ ‘A’ ସାର୍ଟିଫିକେଟ୍ ପ୍ରଦାନ କରିଛି । ତେବେ ଫିଲ୍ମର କେଉଁ ସବୁ ଦୃଶ୍ୟ କିମ୍ବା ସଂଳାପ ଉପରେ କାଟ୍ଛାଟ୍ କରାଯାଇଛି, ସେ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।
'ଜନ ନାୟଗନ' ପ୍ରଥମେ ଚଳିତ ବର୍ଷ ୯ ଜାନୁଆରୀ, ୨୦୨୬ରେ ମୁକ୍ତିଲାଭ କରିବାର ଯୋଜନା ଥିଲା। କିନ୍ତୁ ଶେଷ ମୁହୂର୍ତ୍ତରେ ସେନ୍ସର ସାର୍ଟିଫିକେସନ୍ ସମ୍ବନ୍ଧୀୟ କିଛି ଜଟିଳତା ଯୋଗୁଁ ଫିଲ୍ମର ରିଲିଜ୍କୁ ସ୍ଥଗିତ ରଖାଯାଇଥିଲା। ଦୀର୍ଘ ୭ ମାସ ଧରି ଦର୍ଶକ ଏହି ସସପେନ୍ସରେ ଥିବା ବେଳେ ଶେଷରେ ସେଣ୍ଟ୍ରାଲ ବୋର୍ଡ ଅଫ୍ ଫିଲ୍ମ ସର୍ଟିଫିକେସନ୍ (CBFC) ପକ୍ଷରୁ ଏହାକୁ 'A' ରେଟିଂ ସହିତ ଗ୍ରୀନ୍ ସିଗନାଲ୍ ମିଳିଛି। ଏହି ଫିଲ୍ମ ୨୪ ଜୁଲାଇ, ୨୦୨୬ରେ ସିନେମା ହଲ୍ରେ ମୁକ୍ତିଲାଭ କରିପାରେ। ସେନ୍ସର ବୋର୍ଡ ଅନୁଯାୟୀ, ଏହି ଆକ୍ସନ-ଡ୍ରାମା ମୋଟ ଅବଧି ୨ ଘଣ୍ଟା ୩୩ ମିନିଟ୍ ରହିଛି।
ବିଜୟ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ କୌଣସି କ୍ୟାପ୍ସନ୍ ନଦେଇ ଏହି ନୂଆ ପୋଷ୍ଟରଟି ପୋଷ୍ଟ କରିଛନ୍ତି। ଏହି ପୋଷ୍ଟରରେ "A Certified, Coming Soon" ଲେଖାଯାଇଛି। ତେବେ ସବୁଠାରୁ ବଡ଼ ଚର୍ଚ୍ଚାର ବିଷୟ ପାଲଟିଛି ପୋଷ୍ଟରର ଟ୍ୟାଗଲାଇନ୍, ଯେଉଁଠି ତାଙ୍କୁ "ତାମିଲନାଡୁର ମାନ୍ୟବର ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ" ଭାବେ ଉପସ୍ଥାପନ କରାଯାଇଛି। ବିଜୟଙ୍କର ଏହି ରାଜନୈତିକ ଲୁକ୍ ଦେଖିବା ପରେ ରାଜନୀତି ଏବଂ ସିନେମା ଜଗତରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହା ସହିତ ଯେଉଁ ଫିଲ୍ମ ଏପର୍ଯ୍ୟନ୍ତ ସର୍ବସାଧାରଣରେ ସ୍କ୍ରିନିଂ ହୋଇନାହିଁ, ତା’ ବିରୋଧରେ କିଭଳି ଅଭିଯୋଗ ହୋଇପାରିବ ବୋଲି ସେମାନେ ପ୍ରଶ୍ନ ଉଠାଇଥିଲେ ।
Powered by Froala Editor