ମୌସୁମୀ ଅଧିବେଶନର ପୂର୍ବରୁ ସର୍ବଦଳୀୟ ବୈଠକ
ଜୁଲାଇ ୨୦ରୁ ଅଗଷ୍ଟ ୧୩ ପର୍ଯ୍ୟନ୍ତ ମୌସୁମୀ ଅଧିବେଶନ ଚାଲିବ । ସଂସଦର ମୌସୁମୀ ଅଧିବେଶନର ଦିନକ ପୂର୍ବରୁ ଅର୍ଥାତ ଜୁଲାଇ ୧୯ରେ କେନ୍ଦ୍ର ସରକାର ସର୍ବଦଳୀୟ ବୈଠକ ଡାକିଛନ୍ତି । ଏଥିରେ ସରକାର ନିଜ ଏଜେଣ୍ଡା ବାବଦରେ ସଭିଁଙ୍କୁ ଅବଗତ କରାଇବେ । ବିରୋଧୀ ଦଳ ସଂସଦରେ ଉଠାଇବାକୁ ଚାହୁଁଥିବା ପ୍ରସଙ୍ଗ ସାମ୍ନାରେ ରଖିବେ । ଏହି ଅଧିବେଶନରେ ସରକାରଙ୍କ ଏଜେଣ୍ଡା ବ୍ୟାପକ ରହିପାରେ ଏବଂ ଏକାଧିକ ଗୁରୁତ୍ୱପୂର୍ଣ୍ଣ ବିଲ୍ ଉପରେ ଚର୍ଚ୍ଚା ହୋଇପାରେ ।
ଶିବସେନା (ୟୁବିଟି)ରେ ବିଭାଜନ ହୋଇଛି । ୬ ଲୋକସଭା ସାଂସଦ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ୱଧୀନ ଶିବସେନାରେ ସାମିଲ ହୋଇଛନ୍ତି । ଅନ୍ୟପକ୍ଷରେ ରାଜ୍ୟସଭାରେ ଆମ୍ ଆଦମୀ ପାର୍ଟିର ୭ ସାଂସଦ ପୂର୍ବରୁ ହିଁ ବିଜେପିରେ ସାମିଲ ହୋଇଛନ୍ତି । ମୌସୁମୀ ଅଧିବେଶନରେ ବିରୋଧୀ ନିଟ୍-ୟୁଜି ପ୍ରଶ୍ନପତ୍ର ଲିକ୍, ଅପରେସନ ସିନ୍ଦୂରରେ ହୋଇଥିବା ମୃତାହତଙ୍କୁ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଟିପ୍ପଣୀ ପ୍ରସଙ୍ଗ ଉଠାଇପାରନ୍ତି । କଂଗ୍ରେସ ଏହି ଅଧିବେଶନରେ ରାଜନାଥଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ୍ ମଧ୍ୟ ଦେଇଛି ।
ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ତୃଣମୂଳ କଂଗ୍ରେସ (ଟିଏମ୍ସି)ର ପରାଜୟ ପରେ ଦଳରେ ବିଦ୍ରୋହ ଦେଖାଦେଇଛି । ଦଳର ୨୦ ସାଂସଦ ନ୍ୟାସନାଲ ସିଟିଜେନ୍ସ ପାର୍ଟି ଅଫ୍ ଇଣ୍ଡିଆରେ ବିଲୟ କରିଥିବାରୁ ଏହି ସାଂସଦମାନେ ଲୋକସଭାରେ ଅଲଗା ବସିବା ଲାଗି ଦାବି କରିଛନ୍ତି । ଏଥିସହ ଦଳର ୩ ରାଜ୍ୟସଭା ସାଂସଦ ଇସ୍ତଫା ଦେଇ ବିଜେପିରେ ମିଶିଛନ୍ତି । ତେଣୁ ଅଧିବେଶନରେ ଟିଏମ୍ସି ସାଂସଦଙ୍କ ଉପରେ ନଜର ରହିବ ।
Powered by Froala Editor