Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Saturday, September 12, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଭାରତ ଗସ୍ତରେ ଆସିବେ ଜିନପିଙ୍ଗ

  • ଭାରତରେ ହେବାକୁ ଥିବା ବ୍ରିକ୍ସ ...

  • ବ୍ୟାଙ୍କ କର୍ମଚାରୀଙ୍କ ଧର୍ମଘଟ: ଏତିକି ...

  • ବିବାହ ପରେ ଏହି ଦୁଇ ରାଶିର ଲୋକ ...

  • ମଧ୍ୟପ୍ରାଚ୍ୟରେ ପୁଣି ଯୁଦ୍ଧ, ଅଶୋଧିତ ତୈଳ ...

  • ଫାର୍ମାସିଷ୍ଟଙ୍କୁ ସୀମିତ ଔଷଧ ଲେଖିବାର ...

  • ୧୦୦ ଡଲାର ପାର୍ କଲା ବ୍ରେଣ୍ଟ୍ କ୍ରୁଡ୍ ତୈଳ ...

  • ଖୋଲାରେ ପରିସ୍ରା କରିବାକୁ ବାରଣ କରିବାରୁ ...

  • ଟ୍ରେଣ୍ଡ୍‌ରେ ରେଟ୍ରୋ ଲୁକ୍

  • ବେଦାନ୍ତ ଆଲୁମିନିୟମ କୋଇଲା ଖଣି ଦ୍ୱାରା ...

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››ମଧ୍ୟପ୍ରାଚ୍ୟକୁ ବିନାଶ ଆଡ଼କୁ ଠେଲି ଦେବାର ଆଶଙ୍କା ସୃଷ୍ଟି କରିଛି ଆମେରିକା ଓ ଇରାନ ଯୁଦ୍ଧ

ମଧ୍ୟପ୍ରାଚ୍ୟକୁ ବିନାଶ ଆଡ଼କୁ ଠେଲି ଦେବାର ଆଶଙ୍କା ସୃଷ୍ଟି କରିଛି ଆମେରିକା ଓ ଇରାନ ଯୁଦ୍ଧ

2026-07-13 12:13:32
14158
Share:
Facebook
Twitter
E-Mail
WhatsApp
Telegram
ମଧ୍ୟପ୍ରାଚ୍ୟକୁ ବିନାଶ ଆଡ଼କୁ ଠେଲି ଦେବାର ଆଶଙ୍କା ସୃଷ୍ଟି କରିଛି ଆମେରିକା ଓ ଇରାନ ଯୁଦ୍ଧ

ୱାଶିଂଟନ : ଆମେରିକା ଓ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ଅତ୍ୟନ୍ତ ଗମ୍ଭୀର ସ୍ଥିତିରେ ପହଞ୍ଚିଛି। ଏପରି କି ଏହି ଯୁଦ୍ଧ ସମଗ୍ର ମଧ୍ୟପ୍ରାଚ୍ୟକୁ ବିନାଶ ଆଡ଼କୁ ଠେଲି ଦେବାର ଆଶଙ୍କା ସୃଷ୍ଟି କରିଛି। ‌ରବିବାର ପ୍ରତ୍ୟୁଷରେ ଦୁଇ ଦେଶ ପରସ୍ପର ଉପରେ ଜୋରଦାର ଆକ୍ରମଣ କରିଛନ୍ତି। ଆମେରିକା ସେନା ଇରାନର ପ୍ରାୟ ୧୪୦ଟି ସ୍ଥାନରେ ଆକ୍ରମଣ କରିଛି। ଆମେରିକା ସେଣ୍ଟ୍ରାଲ କମାଣ୍ଡ (ସେଣ୍ଟକମ୍‌)ର କହିବା ଅନୁଯାୟୀ ଆକ୍ରମଣ କରାଯାଇଥିବା ସ୍ଥାନ ମଧ୍ୟରେ ଇରାନର ସାମରିକ ଘାଟି, କ୍ଷେପଣାସ୍ତ୍ର ଓ ଡ୍ରୋନ୍ ଉତ୍‌କ୍ଷେପଣ କେନ୍ଦ୍ର, ନୌସେନା ଉପକରଣ, ଅସ୍ତ୍ରାଗାର, ଯୋଗାଯୋଗ କେନ୍ଦ୍ର ଏବଂ ଉପକୂଳ ସେର୍ଭେଲାନ୍ସ କେନ୍ଦ୍ର ରହିଛି। ଏପରି କି ଗତ ସପ୍ତାହକ ମଧ୍ୟରେ ଇରାନର ୩୦୦ ସ୍ଥାନକୁ ଆମେରିକା ନିଶାଣ କରି କ୍ଷେପଣାସ୍ତ୍ର ମାଡ କଲାଣି। ଗତ ମଙ୍ଗଳବାର ଠାରୁ ଦୁଇ ଦେଶ ମଧ୍ୟରେ ପୁଣି ଯୁଦ୍ଧ ଆରମ୍ଭ ହୋଇଛି। ଗୁରୁବାର ଓ ଶୁକ୍ରବାର ଦୁଇ ଦିନ ଆକ୍ରମଣ ବନ୍ଦ ରହିବା ପରେ ରବିବାର ପ୍ରତ୍ୟୁଷରୁ ପୁଣି ଆକ୍ରମଣ ହୋଇଛି। ରବିବାର ଇରାନ ସେନା ହର୍ମୁଜ ପ୍ରଣାଳୀରେ ସାଇପ୍ରସର ଏକ ଜାହାଜ ଉପରେ ଆକ୍ରମଣ କରିବାରୁ ଆମେରିକା ଏହି ଆକ୍ରମଣ କରିଛି।
ଆମେରିକାର ଏହି ଆକ୍ରମଣ ଉପରେ ଇରାନ ମଧ୍ୟ କଡା ଜବାବ ଦେଇଛି। ବିଶେଷକରି ଆମେରିକାର ସହଯୋଗୀ ଉପସାଗରୀୟ ରାଷ୍ଟ୍ରଗୁଡିକ ଉପରେ ଇରାନ ଜୋରଦାର ଆକ୍ରମଣ
କରିଛି। ଇରାନର ଆକ୍ରମଣରେ ନିଶାଣରେ ରହିଥିବା ଉପସାଗରୀୟ ରାଷ୍ଟ୍ରଗୁଡିକ ହେଲା ବାହାରିନ, କୁଏତ, ଜୋର୍ଡାନ, କାତାର, ଓମାନ ଓ ୟୁଏଇ। ଇରାନର ଆକ୍ରମଣ ପରେ ଏହିସବୁ ଦେଶ ଅସୁରକ୍ଷିତ ହୋଇପଡିଛି। ନାଗରିକମାନଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳକୁ ଯିବାକୁ ପଡ଼ିଛି। ଇରାନ ସେନା ଆଇଆରଜିସିର କହିବା ଅନୁଯାୟୀ କାତାରସ୍ଥିତ ଆମେରିକାର ଅଲ୍‌ ଉଦେଇଦ୍ ବାୟୁସେନା ଘାଟି ଉପରେ ବାଲାଷ୍ଟିକ କ୍ଷେପଣାସ୍ତ୍ର ମାଡ କରାଯାଇଛି। ଏହା ସହିତ କୁଏତ୍ ଓ ବାହାରିନରେ ଥିବା ଆମେରିକାର ସାମରିକ କେନ୍ଦ୍ର ଉପରେ ଡ୍ରୋନ ମାଡ କରାଯାଇଛି। ସେହିପରି ୟୁଏଇର ଏୟାର ଡିଫେନ୍ସ ସିଷ୍ଟମ୍ ଇରାନ ପଟୁ ଆସୁଥିବା କ୍ଷେପଣାସ୍ତ୍ର ଓ ଡ୍ରୋନଗୁଡିକୁ ଇଣ୍ଟରସେପ୍ଟ କରିଛି। ଇରାନର ସର୍ବୋଚ୍ଚ ନେତା ମୋଜତାବା ଖାମେନେଇ କହିଛନ୍ତି ଯେ ହତ୍ୟାର ପ୍ରତିଶୋଧ ହତ୍ୟା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ। ତେଣୁ ଆମେରିକାର ପ୍ରତିଟି ଆକ୍ରମଣର କଡା ଜବାବ ଦିଆଯିବ।
ରବିବାର ଏହି ଘମାଘୋଟ ଲଢେଇ ପରେ ଇରାନ ହର୍ମୁଜ ପ୍ରଣାଳୀକୁ ଜାହାଜ ଚଳାଚଳ ପାଇଁ ସମ୍ପୂର୍ଣ୍ଣ ବନ୍ଦ କରିଦେଇଛି। ଇରାନର ପର୍ସିଆନ ଗଲ୍ପ ଷ୍ଟ୍ରେଟ୍‌ ଅଥରିଟି (ପିଜିଏସ୍‌ଏ) କହିଛି ଯେ ଆମେରିକାର ସାମରିକ କାର୍ଯ୍ୟକଳାପ ଯୋଗୁଁ ହର୍ମୁଜ ପ୍ରଣାଳୀରେ କୌଣସି ଜାହାଜ ଚଳାଚଳକୁ ଅନୁମତି ପ୍ରଦାନ କରାଯିବ ନାହିଁ। ଆମେରିକା ସେନା ଏହି ଅଞ୍ଚଳ ଦେଇ ବେଆଇନ ଭାବେ ଯାତାୟାତ କରୁଛନ୍ତି ବୋଲି ପିଜିଏସ୍‌ଏ ଅଭିଯୋଗ କରିଛି। ଆଞ୍ଚଳିକ ସ୍ଥିରତା ପରେ ଜାହାଜ ଚଳାଚଳ ପାଇଁ ବିଭିନ୍ନ ଦେଶ ପକ୍ଷରୁ କରାଯାଉଥିବା ଅନୁରୋଧକୁ ବିଚାର କରାଯିବ। ତେଣୁ ବର୍ତ୍ତମାନ ସମୟ ପାଇଁ ହର୍ମୁଜ ପ୍ରଣାଳୀକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରାଯାଇଛି। ହର୍ମୁଜ ପ୍ରଣାଳୀ ବନ୍ଦ ନେଇ ଇରାନ ପକ୍ଷରୁ ହୋଇଥିବା ଦାବିକୁ ଆମେରିକା ଖଣ୍ଡନ କରିଛି। ଆମେରିକା କହିଛି ଯେ ହର୍ମୁଜ ପ୍ରଣାଳୀ ଜାହାଜ ଚଳାଚଳ ପାଇଁ ଖୋଲା ରହିଛି। ମୁକ୍ତ ଜାହାଜ ଚଳାଚଳ ପାଇଁ ଆମେରିକା ସେନା ସୁରକ୍ଷା ଯୋଗାଇ ଦେବାକୁ ପ୍ରସ୍ତୁତ ରହିଥିବା ସେଣ୍ଟକମ୍ କହିଛି।
ଯୁଦ୍ଧ ଯୋଗୁଁ ଅନ୍ତର୍ଜାତୀୟ ବାଣିଜ୍ୟ ଓ ଅଶୋଧିତ ତୈଳ ବଜାର ଉପରେ ଏହାର ଗଭୀର ପ୍ରଭାବ ପଡ଼ିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ମାମଲାରେ ଆଲୋଚନା ଜାରି ରଖିବାକୁ କହିଥିବାବେଳେ ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ ସେନାକୁ ସମ୍ପୂର୍ଣ୍ଣ ସ୍ବାଧୀନତା ଦେଇଛନ୍ତି। ଯୁଦ୍ଧ ଦ୍ବାରା ଗତ ମାସରେ ସ୍ବିଜରଲ୍ୟାଣ୍ଡର ଜେନେଭା ଠାରେ ହୋଇଥିବା ୬୦ ଦିନିଆ ଅସ୍ତ୍ରବିରତି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି।
ଇରାନ ସହିତ ହୋଇଥିବା ଅସ୍ତ୍ରବିରତି ଶେଷ ନେଇ ଆମେରିକା ରାଷ୍ଟ୍ରପତି ଘୋଷଣା କରିଛନ୍ତି। ଆଗାମୀ କିଛି ଦିନ ମଧ୍ୟରେ ଯଦି ଶାନ୍ତି ଆଲୋଚନା ସଫଳ ନହୁଏ, ତେବେ ସମଗ୍ର ମଧ୍ୟପ୍ରାଚ୍ୟକୁ ଏକ ବିନାଶକାରୀ ଯୁଦ୍ଧର ସମ୍ମୁଖୀନ ହେବାକୁ ପଡିବ।

Powered by Froala Editor

Tags War

Related articles Odisha News Lens 4.1

  • ଫାର୍ମାସିଷ୍ଟଙ୍କୁ ସୀମିତ ଔଷଧ ଲେଖିବାର ଅଧିକାର ମିଳିବ
    ଦେଶ-ଦେଶାନ୍ତର

    ଫାର୍ମାସିଷ୍ଟଙ୍କୁ ସୀମିତ ଔଷଧ ଲେଖିବାର ଅଧିକାର ମିଳିବ

    13689
    Sep 10, 2026
  • ଖୋଲାରେ ପରିସ୍ରା କରିବାକୁ ବାରଣ କରିବାରୁ ବ୍ୟବସାୟୀଙ୍କୁ ପିଟି ହତ୍ୟା
    ଅପରାଧ

    ଖୋଲାରେ ପରିସ୍ରା କରିବାକୁ ବାରଣ କରିବାରୁ ବ୍ୟବସାୟୀଙ୍କୁ ପିଟି ହତ୍ୟା

    15171
    Sep 10, 2026
  • ମଧ୍ୟପ୍ରାଚ୍ୟରେ ପୁଣି ଯୁଦ୍ଧ, ଅଶୋଧିତ ତୈଳ ଦର ଉପରେ ପଡ଼ିଛି ପ୍ରଭାବ
    ଦେଶ-ଦେଶାନ୍ତର

    ମଧ୍ୟପ୍ରାଚ୍ୟରେ ପୁଣି ଯୁଦ୍ଧ, ଅଶୋଧିତ ତୈଳ ଦର ଉପରେ ପଡ଼ିଛି ପ୍ରଭାବ

    15817
    Sep 10, 2026
  • ବ୍ୟାଙ୍କ କର୍ମଚାରୀଙ୍କ ଧର୍ମଘଟ: ଏତିକି ଦିନ ବନ୍ଦ ରହିବ ବ୍ଯାଙ୍କ
    ଦେଶ-ଦେଶାନ୍ତର

    ବ୍ୟାଙ୍କ କର୍ମଚାରୀଙ୍କ ଧର୍ମଘଟ: ଏତିକି ଦିନ ବନ୍ଦ ରହିବ ବ୍ଯାଙ୍କ

    15514
    Sep 11, 2026
  • ଭାରତ ଗସ୍ତରେ ଆସିବେ ଜିନପିଙ୍ଗ
    ଦେଶ-ଦେଶାନ୍ତର

    ଭାରତ ଗସ୍ତରେ ଆସିବେ ଜିନପିଙ୍ଗ

    13800
    Sep 11, 2026
  • ବିବାହ ପରେ ଏହି ଦୁଇ ରାଶିର ଲୋକ ହୋଇଯାଆନ୍ତି କୋଟିପତି
    ବିଶେଷ

    ବିବାହ ପରେ ଏହି ଦୁଇ ରାଶିର ଲୋକ ହୋଇଯାଆନ୍ତି କୋଟିପତି

    13883
    Sep 11, 2026
  • ୧୦୦ ଡଲାର ପାର୍ କଲା ବ୍ରେଣ୍ଟ୍ କ୍ରୁଡ୍ ତୈଳ ଦର
    ଦେଶ-ଦେଶାନ୍ତର

    ୧୦୦ ଡଲାର ପାର୍ କଲା ବ୍ରେଣ୍ଟ୍ କ୍ରୁଡ୍ ତୈଳ ଦର

    14539
    Sep 10, 2026
  • ବେଦାନ୍ତ ଆଲୁମିନିୟମ କୋଇଲା ଖଣି ଦ୍ୱାରା ଷଷ୍ଠ ସିଏଲଆଇ ଏକ୍ସପୋ ୨୦୨୬ରେ ପରବର୍ତ୍ତୀ ...
    ବାଣିଜ୍ୟ

    ବେଦାନ୍ତ ଆଲୁମିନିୟମ କୋଇଲା ଖଣି ଦ୍ୱାରା ଷଷ୍ଠ ସିଏଲଆଇ ଏକ୍ସପୋ ୨୦୨୬ରେ ପରବର୍ତ୍ତୀ ...

    13954
    Sep 09, 2026
  • ଟ୍ରେଣ୍ଡ୍‌ରେ ରେଟ୍ରୋ ଲୁକ୍
    ଦେଶ-ଦେଶାନ୍ତର

    ଟ୍ରେଣ୍ଡ୍‌ରେ ରେଟ୍ରୋ ଲୁକ୍

    15040
    Sep 10, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଅପରାଧ

    ଖୋଲାରେ ପରିସ୍ରା କରିବାକୁ ବାରଣ କରିବାରୁ ବ୍ୟବସାୟୀଙ୍କୁ ପିଟି ହତ୍ୟା

    15171
    Sep 10, 2026
  • ଦେଶ-ଦେଶାନ୍ତର

    ଭାରତ ଗସ୍ତରେ ଆସିବେ ଜିନପିଙ୍ଗ

    13800
    Sep 11, 2026
  • ଦେଶ-ଦେଶାନ୍ତର

    ୧୦୦ ଡଲାର ପାର୍ କଲା ବ୍ରେଣ୍ଟ୍ କ୍ରୁଡ୍ ତୈଳ ଦର

    14539
    Sep 10, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17089
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17761
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17756
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18162
    Sep 06, 2023

ବିଶେଷ

  • ବିବାହ ପରେ ଏହି ଦୁଇ ରାଶିର ଲୋକ ହୋଇଯାଆନ୍ତି କୋଟିପତି

    13883
    Sep 11, 2026
  • ଖଜୁରିରେ ଭରି ରହିଛି ଅନେକ ପ୍ରକାର ଉପକାରୀ ଗୁଣ, ଜାଣନ୍ତୁ କ’ଣ ?

    15972
    Sep 09, 2026
  • ମଧୁମେହ ରୋଗୀ କାକୁଡିକୁ ଦୈନନ୍ଦିନ ଖାଦ୍ୟ ତାଲିକାରେ ସାମିଲ କରିବା ନିହାତି ଦରକାର

    14589
    Sep 06, 2026
  • ଛାଡି ଦିଅନ୍ତୁ ଆଳୁ ଖାଇବା, ନିୟନ୍ତ୍ରଣ ହୋଇପାରିବ ଓଜନ

    13900
    Sep 03, 2026
  • କଞ୍ଚାକଦଳୀ ଖାଇବା ଶରୀର ପାଇଁ ଲାଭଦାୟକ, ଭରି ରହିଛି ଏହିସବୁ ଗୁଣ

    14707
    Aug 31, 2026

ବାଣିଜ୍ୟ

ବେଦାନ୍ତ ଆଲୁମିନିୟମ କୋଇଲା ଖଣି ଦ୍ୱାରା ଷଷ୍ଠ ସିଏଲଆଇ ଏକ୍ସପୋ ୨୦୨୬ରେ ପରବର୍ତ୍ତୀ ପିଢ଼ିର ଖଣି ପ୍ରଯୁକ୍ତିବିଦ୍ୟା ପ୍ରଦର୍ଶିତ

ଏହାର କୋଇଲା ଖନନ କାର୍ଯ୍ୟରେ ଡିଜିଟାଲାଇଜେସନ୍, ଏଆଇ-ଆଧରିତ ଖଣି ନିରୀକ୍ଷଣ ଏବଂ ଜ୍ଞାନକେୌଶଳ ପରିଚାଳିତ ପରିଚାଳନା ଦକ୍ଷତା ପ୍ରଦର୍ଶନ କରୁଛି

ଭୁବନେଶ୍ୱର : ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେ ...

  • ସୁନା ଆମଦାନୀ ୩୦ ପ୍ରତିଶତ ହ୍ରାସ

    13992
    Sep 08, 2026
  • କମ୍ପାନୀ ସେକ୍ରେଟାରିଜ୍‌ର ୫୪ତମ ଜାତୀୟ ସମ୍ମିଳନୀ ଭୁବନେଶ୍ୱରରେ ଉଦ୍‌ଯାପିତ

    14693
    Sep 08, 2026
  • ଆଇସିଏସ୍‌ଆଇର ୫୪ତମ କମ୍ପାନୀ ସେକ୍ରେଟାରିଜ୍‌ ଜାତୀୟ ସମ୍ମିଳନୀ ଭୁବନେଶ୍ୱରରେ ଉଦ୍‌ଘାଟିତ

    15032
    Sep 06, 2026
  • ଓଡ଼ିଶା କ୍ରାଫ୍ଟ ଓଡ଼ିସି ଉନ୍ମୋଚନ କରିବ ଚାନ୍ଦୁଆ: କାନୋପିଜ୍‌ ଅଫ୍‌ ଲେବର, ଯେଉଁଥିରେ ଓଡ଼ିଶାର ଜୀବନ୍ତ ଚାନ୍ଦୁଆ ପରମ୍ପରାର ସବିଶେଷ ବିଷୟ ସ୍ଥାନ ପାଇଛି

    14993
    Sep 03, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଫାର୍ମାସିଷ୍ଟଙ୍କୁ ସୀମିତ ଔଷଧ ଲେଖିବାର ଅଧିକାର ମିଳିବ

    13689
    Sep 10, 2026
  • ଖୋଲାରେ ପରିସ୍ରା କରିବାକୁ ବାରଣ କରିବାରୁ ବ୍ୟବସାୟୀଙ୍କୁ ପିଟି ହତ୍ୟା

    15171
    Sep 10, 2026
  • ମଧ୍ୟପ୍ରାଚ୍ୟରେ ପୁଣି ଯୁଦ୍ଧ, ଅଶୋଧିତ ତୈଳ ଦର ଉପରେ ପଡ଼ିଛି ପ୍ରଭାବ

    15817
    Sep 10, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In