ଖରାଦିନେ ଏମିତି ନିଅନ୍ତୁ ମୁହଁର ଯତ୍ନ, ତ୍ୱଚା ଦିଶିବ ଚିକ୍ଚିକ୍
ଖରାଦିନେ ସବୁଠୁ ମୁଖ୍ୟ ସମସ୍ୟା ହେଉଛି ତ୍ୱଚା ମଳିନ ପଡ଼ିବା, ସାଧାରଣରେ ଆମେ କହିଥାଉ ସନଟ୍ୟାନ ହୋଇଗଲା । ଆଜିକାଲି ବଜାରରେ ବିଭିନ୍ନ ପ୍ରକାର ପ୍ୟାକ ମିଳୁଛି, ଯାହାର ପ୍ରୟୋଗରେ ତ୍ୱଚାର ଚମକ ଶୀଘ୍ର ଆସେ । ହେଲେ ସେ ସବୁକୁ ବ୍ୟବହାର କରିବା ପରିବର୍ତ୍ତେ ଘରୋଇ ଉପଚାର କରନ୍ତୁ ।
ମନେ ରଖନ୍ତୁ, ଯେପରି ଆମେ ଦୈନିକ ଖାଦ୍ୟ ଖାଇଲେ ଶରୀରକୁ ଶକ୍ତି ମିଳେ । ଠିକ, ସେଇପରି ଘରୋଇ ପ୍ୟାକ ମଧ୍ୟ ତ୍ୱଚା ପାଇଁ ଖାଦ୍ୟ ଭଳି କାମ କରେ ।
ପ୍ରଥମ କଥା, ଖରାକୁ ବାହାରିବା ପୂର୍ବରୁ ସନ ସ୍କି୍ରନ ଲୋସନ ମୁହଁ, ହାତ ବେକ ଓ ପାଦରେ ଭଲଭାବେ ଲଗାଇବେ । ପରେ ମୁହଁରେ ସ୍କାର୍ଫ, ହାତରେ ଗ୍ଲୋଭସ ଓ ପାଦ ମୋଜା ପିନ୍ଧି ବାହାରକୁ ଯାନ୍ତୁ ।
ପ୍ରତିଦିନ ସ୍ନାନ ପୂର୍ବରୁ ନଚେତ ରାତିବେଳା ଖିର କିମ୍ବା ଦହିକୁ ବ୍ୟବହାର କରି ଏକ ପ୍ୟାକ ତ୍ୱଚାରେ ଲଗାଇବାର ଅଭ୍ୟାସ ନିୟମିତ ଭାବେ କରିବା ଉଚିତ ।
ଚନ୍ଦନ ଗୁଣ୍ଡ ୧ ଚାମଚ, ଖିର ୨ ଚାମଚ, ମହୁ ଅଳ୍ପ, ମସୁର ଡାଲି ଗୁଣ୍ଡ ୧ ଚାମଚ, ଗ୍ଲିସେରିନ ୩ ବୁନ୍ଦା ମିଶାଇ ପ୍ୟାକ ଭଳି ତ୍ୱଚାରେ ଲଗାଇବେ । ୨୦-୩୦ ମିନିଟ ବିଶ୍ରାମ ନେବା ପରେ ମୁହଁ ଧୁଅନ୍ତୁ । ସପ୍ତାହରେ ୩-୪ ଏହି ପ୍ୟାକ ଲଗାଇଲେ, ସନ ଟ୍ୟାନ ଦୂର ହୁଏ ।
ଖରାରୁ ଫେରିବା ପରେ ବସା ଦହିକୁ ନେଇ ପୂରା ଶରୀରରେ ମାଲିସ କରନ୍ତୁ, ଏହି ଉପାୟରେ ତ୍ୱଚାର ରଙ୍ଗ ସଫା ହେବା ସହ ଦାଗ ମଧ୍ୟ ଦୂର ହୁଏ ।
ରାତିରେ ଶୋଇବା ପୂର୍ବରୁ ମୁହଁ, ହାତ ବେକରେ ଲେମ୍ବୁରସ ଲଗାଇ ଶୋଇବେ, ସକାଳୁ ଉଠିବା ପରେ ଧୋଇବେ ।
Powered by Froala Editor