ହକରଙ୍କୁ ମିଳିଲା ହକ, ଶୁଭାରମ୍ଭ କଲେ ନବୀନ

ଭୁବନେଶ୍ବର: ହକରଙ୍କୁ ମିଳିଲା ହକ । ରାଜ୍ୟରେ ପଞ୍ଜୀକୃତ ହକରଙ୍କ ପାଇଁ ସ୍ବତନ୍ତ୍ର କୋଭିଡ ସହାୟତାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରତି ଖବରକାଗଜ ହକରଙ୍କୁ ୬ ହଜାର ଟଙ୍କା ଲେଖାଏଁ କୋଭିଡ ସହାୟତା ପ୍ରଦାନ କରାଯିବ । ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଏହି ସହାୟତା ଯୋଗାଇ ଦିଆଯିବ । ଭିସି ଯୋଗେ ସହାୟତା କାର୍ୟ୍ୟର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ।
ହକରଙ୍କ ଦୁର୍ଘଟଣାଜନିତ ମୃତ୍ୟୁ ହେଲେ ୨ଲକ୍ଷ ଟଙ୍କାର ସହାୟତା ମିଳିବ ଓ ସ୍ବାଭାବିକ ମୃତ୍ୟୁ ହେଲେ ୧ ଲକ୍ଷ ଟଙ୍କା ସହାୟତା ମିଳିବ ଓ ଅର୍କମଣ୍ୟ ହେଲେ ଦେଢ ଲକ୍ଷର ଟଙ୍କାର ସହାୟତା ପ୍ରଦାନ କରାଯିବ ।
Powered by Froala Editor