Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Wednesday, September 30, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ୫୨୬ କିଲୋଗ୍ରାମ ହେରୋଇନ ଓ ...

  • ଭୀଷଣ ଗୁଳିବିନିମୟ, ଏନକାଉଣ୍ଟରରେ ଲସ୍କର ...

  • ଅଭାବ ନା ମାନସିକ ବିକୃତ: ୭ ବର୍ଷ ପୁଅକୁ ...

  • କଳହ ପରେ ଆଖିବୁଜା ଫାୟାରିଂ, ୪ ଯବାନ ମୃତ

  • ରୋଗ ସହ ଯୁଝୁଛନ୍ତି ପୂର୍ବତନ କ୍ରିକେଟର୍‌ ...

  • ମହିଳାଙ୍କ ଗଳା କାଟି ୯ ଖଣ୍ଡ କରି କେନାଲକୁ ...

  • ଭାରତରେ ‘Apple Pay’ ପ୍ରବେଶ

  • ଟପ୍-୧୦ ମୋଷ୍ଟ ୱାଣ୍ଟେଡ୍ ତାଲିକାରେ ...

  • ପୂରା ଗାଁ ବିକ୍ରି ପାଇଁ ଲାଗିଲା ପୋଷ୍ଟର, ...

  • ଶୀତଦିନିଆ ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ ...

ରାଜ୍ୟ
Home ›› ରାଜ୍ୟ ››ମୁଖ୍ୟମନ୍ତ୍ରୀଙ୍କ ବିଜୁ ପକ୍କାଘରକୁ ନେଇ ବଡ ଘୋଷଣା

ମୁଖ୍ୟମନ୍ତ୍ରୀଙ୍କ ବିଜୁ ପକ୍କାଘରକୁ ନେଇ ବଡ ଘୋଷଣା

2021-12-22 01:48:39
15745
Share:
Facebook
Twitter
E-Mail
WhatsApp
Telegram
ମୁଖ୍ୟମନ୍ତ୍ରୀଙ୍କ ବିଜୁ ପକ୍କାଘରକୁ ନେଇ ବଡ ଘୋଷଣା

ରାଜ୍ୟ କ୍ୟାବିନେଟ ବୈଠକ ପରେ ଏକ ଭିଡିଓ ବାର୍ତ୍ତା ଜରିଆରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ରାଜ୍ୟସରକାର ,ରାଜ୍ୟର ସମସ୍ତ ଘରକୁ ପକ୍କା ଘର କରିବା ପାଇଁ ପଦକ୍ଷେପ ନେଇଥିବା ନେଇ ଘୋଷଣା କରିଛନ୍ତି | ଭିଡ଼ିଓ ବାର୍ତ୍ତା ରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ : -

ଘର ହେଉ ଛି ଗୋଟିଏ ପରିବାରର ପରିଚୟ। ଭଲ ଘରଟିଏ ସମସ୍ତଙ୍କର ସ୍ବପ୍ନ । ଓଡିଶା ଉପରେ ସବୁବେଳେ ବାତ୍ୟା  ଓ ବନ୍ୟାର ଭୟ ରହୁଛି । ଏବେ ପ୍ରତି ବର୍ଷ ଆମେ ବାତ୍ୟାର ସାମ୍ନା କରୁଛୁ । ତେଣୁ ଆଶ୍ରୟ ସୁରକ୍ଷା ସବୁ ସୁରକ୍ଷାର ଆଧାର ।

ସବୁ ପରିବାରର ମୁଣ୍ଡ ଉପରେ ଭଲ ଛାତ ଥିଲା ବିଜୁ ବାବୁଙ୍କ ସ୍ବପ୍ନ । ସେହି ସ୍ବପ୍ନକୁ ସାକାର କରିବା ପାଇଁ ଆମେ ବିଜୁ ପକ୍କା ଘର ଯୋଜନା ଆରମ୍ଭ କରିଛୁ । ସବୁ କଚ୍ଚା ଘରକୁ ପକ୍କା କରିବା ପାଇଁ ୨୦୧୪ର ପ୍ରଥମ କ୍ୟାବିନେଟରେ ଆମେ ନିଷ୍ପତ୍ତି ନେଇଥିଲୁ । ଏ ଦିଗରେ ମଧ୍ୟ ବହୁତ ଭଲ କାମ ହୋଇଛି ।  ଗ୍ରାମାଞ୍ଚଳରେ ଘର ତିଆରିରେ ଓଡିଶା ସାରା ଦେଶରେ ଏକ ଆଗୁଆ ରାଜ୍ୟ । ଏଥିପାଇଁ ରାଜ୍ୟ ସରକାର ୨୦୧୪ ରୁ ଏ ପର୍ଯ୍ୟନ୍ତ ବାଇଶ ହଜାର କୋଟି ରୁ ଅଧିକ ଟଙ୍କା ଖର୍ଚ୍ଚ କଲେଣି ।

ଗାଁର ଗରିବ ଲୋକଙ୍କୁ ପକ୍‌କା ଘର ଖଣ୍ଡିଏ ଦେବା ପାଇଁ ରାଜ୍ୟ ସରକାର ନିଜ ପାଣ୍ଠିରୁ ବିଜୁ ପକ୍‌କା ଘର, ନିର୍ମାଣ ଶ୍ରମିକ ପକ୍‌କା ଘର ଓ ଖଣି ଅଞ୍ଚଳ ପକ୍‌କା ଘର ଯୋଜନା କରିଛନ୍ତି । ତା ସହିତ କେନ୍ଦ୍ର ଯୋଜନାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ରହିଛି । କେନ୍ଦ୍ର ଗୃହ ନିର୍ମାଣ ଯୋଜନା ପାଇଁ ରାଜ୍ୟ ସରକାର ମଧ୍ୟ ପାଖାପାଖି  ଅଧା ଖର୍ଚ୍ଚ ବହନ କରୁଛନ୍ତି ।

କେନ୍ଦ୍ର ଯୋଜନାରେ ଘର ଖଣ୍ଡିଏ ପାଇବା ପାଇଁ ଅନେକ ଯୋଗ୍ୟ ପରିବାର ବହୁ ଦିନ ଧରି ଅପେକ୍ଷା କରିଛନ୍ତି । ଏ ସଂପର୍କରେ ମୁଁ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛି । ଦୁଃଖର କଥା ଆମର ଜନଜାତି ଅଞ୍ଚଳ ଓ ପଶ୍ଚିମ ଓଡିଶା ପରି ଗୁରୁତ୍ବପୂର୍ଣ୍ଣ ଜିଲ୍ଲା  ଲୋକମାନେ ଏଥିରେ ବିଶେଷ ପ୍ରଭାବିତ ହୋଇଛନ୍ତି ।ଏ ଵିଷୟ ରେ ମୁଁ  ବାରମ୍ବାର କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଆସୁଛି ।

ମୁଁ ଜାଣେ କୋଭିଡ ଯୋଗୁ ଆମର ଗରିବ ଲୋକମାନେ ବହୁତ କଷ୍ଟରେ ଅଛନ୍ତି । ଛୋଟ ଛୋଟ ମରାମତି କରିବା, ଏପରିକି ଚୂନ ଦେବା ପାଇଁ ମଧ୍ୟ ଆପଣଙ୍କ ମାନେ ଅସୁବିଧା ର ସମ୍ମୁଖୀନ  ହେଉଛନ୍ତି। ଆପଣମାନଙ୍କର ଏ କଷ୍ଟକୁ ମୁଁ ଅନୁଭବ କରୁଛି । ଏଥିପାଇଁ ରାଜ୍ୟ କ୍ୟାବିନେଟ ଆଜି ଏକ ଐତିହାସିକ ନିଷ୍ପତ୍ତି ନେଇ ଗରିବ ଲୋକଙ୍କୁ ସହାୟତା ଦେବା ପାଇଁ ସ୍ଥିର କରିଛି । ଏଭଳି ନିଷ୍ପତ୍ତି ନେବାରେ ଆପଣଙ୍କ ରାଜ୍ୟ ସରକାର ସାରା ଦେଶରେ ପ୍ରଥମ ।

ବିଜୁ ପକ୍‌କା ଘର, ନିର୍ମାଣ ଶ୍ରମିକ ପକ୍କା ଘର ଓ ଖଣି ଅଞ୍ଚଳ ପକ୍କା ଘର ଯୋଜନାରେ ଘର ପାଇଥିବା ଲୋକଙ୍କୁ ଘର ମରାମତି ପାଇଁ ୩୦୦୦ ଟଙ୍କା ସହାୟତା ଦେବାକୁ ରାଜ୍ୟ କ୍ୟାବିନେଟ ନିଷ୍ପତ୍ତି ନେଇଛି ।

ସେହିପରି କେନ୍ଦ୍ର ଯୋଜନାରେ ଘର ଖଣ୍ଡିଏ  ପାଇବାରୁ ବଞ୍ଚିତ ହୋଇ ଅସୁବିଧାରେ ଥିବା ପରିବାରକୁ ଘର ମରାମତି ପାଇଁ ମୋ ସରକାର ୫୦୦୦ ଟଙ୍କା ଲେଖାଏ ସହାୟତା ଦେବାକୁ ନିଷ୍ପତ୍ତି ନେଇଛି ।

ଏହି ଉଭୟ ସହାୟତା ହିତାଧିକାରୀମାନଙ୍କ ବ୍ୟାଙ୍କ ଖାତାରେ ଜମା କରାଯିବ। ୩୦ ଲକ୍ଷ ପରିବାର ଉପକାର ପାଇବେ । ଏଥିପାଇଁ ୧୪୪୪ କୋଟି ଟଙ୍କା ଖର୍ଚ୍ଚ ହେବ । ବିଜୁ ପକ୍କା ଘର ଯୋଜନାରୁ ଏ ଖର୍ଚ୍ଚ ବହନ କରାଯିବ।

ମୋ ସରକାର ଥିବା ପର୍ଯ୍ୟନ୍ତ ମୋ ରାଜ୍ୟର ଭାଇ ଭଉଣୀ ମାନଙ୍କୁ ଘର ପାଇଁ ହଇରାଣ ହେବାକୁ ମୁଁ ଦେବି ନାହିଁ । ମୁଁ ଚାହେଁ ସମସ୍ତେ ସମ୍ମାନ ର ସହ ବଞନ୍ତୁ । ଆପଣମାନଙ୍କ ପାଇଁ କେନ୍ଦ୍ର ଯୋଜନାରୁ ଘର ଆଣିବା ପାଇଁ ଆମେ ଚେଷ୍ଟା କରୁଛୁ । କିନ୍ତୁ ଯଦି କେନ୍ଦ୍ର ସରକାର ଆପଣମାନଙ୍କର ନ୍ୟାୟପୂର୍ଣ୍ଣ ଦାବୀକୁ ଗ୍ରହଣ ନ କରନ୍ତି, ତେବେ ଆପଣମାନେ ଚିନ୍ତା କରନ୍ତୁ ନାହିଁ ।

ରାଜ୍ୟ ସରକାର ଆପଣମାନଙ୍କ ସାଥିରେ ଅଛି । ଆପଣଙ୍କୁ ଘର ଦେବା ପାଇଁ ଆମେ ପଦକ୍ଷେପ ନେବୁ ।


Powered by Froala Editor

Tags chief minister , naveen patnaik , odisha , cabinet

Related articles Odisha News Lens 4.1

  • ଅଭାବ ନା ମାନସିକ ବିକୃତ: ୭ ବର୍ଷ ପୁଅକୁ କାମୁଡ଼ି କ୍ଷତାକ୍ତ କରୁଛି ମା’
    ଜିଲ୍ଲା ପରିକ୍ରମା

    ଅଭାବ ନା ମାନସିକ ବିକୃତ: ୭ ବର୍ଷ ପୁଅକୁ କାମୁଡ଼ି କ୍ଷତାକ୍ତ କରୁଛି ମା’

    14636
    Sep 30, 2026
  • ପୂରା ଗାଁ ବିକ୍ରି ପାଇଁ ଲାଗିଲା ପୋଷ୍ଟର, ଜାଣନ୍ତୁ କେଉଁଠି ?
    ଦେଶ-ଦେଶାନ୍ତର

    ପୂରା ଗାଁ ବିକ୍ରି ପାଇଁ ଲାଗିଲା ପୋଷ୍ଟର, ଜାଣନ୍ତୁ କେଉଁଠି ?

    15571
    Sep 30, 2026
  • ଭୀଷଣ ଗୁଳିବିନିମୟ, ଏନକାଉଣ୍ଟରରେ ଲସ୍କର ଆତଙ୍କୀ ହାଶିମ ମୂସା ନିହତ
    ଦେଶ-ଦେଶାନ୍ତର

    ଭୀଷଣ ଗୁଳିବିନିମୟ, ଏନକାଉଣ୍ଟରରେ ଲସ୍କର ଆତଙ୍କୀ ହାଶିମ ମୂସା ନିହତ

    14849
    Sep 30, 2026
  • ଭାରତରେ  ‘Apple Pay’ ପ୍ରବେଶ
    ବାଣିଜ୍ୟ

    ଭାରତରେ ‘Apple Pay’ ପ୍ରବେଶ

    14458
    Sep 30, 2026
  • କଳହ ପରେ ଆଖିବୁଜା ଫାୟାରିଂ, ୪ ଯବାନ ମୃତ
    ଦେଶ-ଦେଶାନ୍ତର

    କଳହ ପରେ ଆଖିବୁଜା ଫାୟାରିଂ, ୪ ଯବାନ ମୃତ

    14804
    Sep 30, 2026
  • ରୋଗ ସହ ଯୁଝୁଛନ୍ତି ପୂର୍ବତନ କ୍ରିକେଟର୍‌ ବିନୋଦ କାମ୍ବଲି
    ଦେଶ-ଦେଶାନ୍ତର

    ରୋଗ ସହ ଯୁଝୁଛନ୍ତି ପୂର୍ବତନ କ୍ରିକେଟର୍‌ ବିନୋଦ କାମ୍ବଲି

    14301
    Sep 30, 2026
  • ଟପ୍-୧୦ ମୋଷ୍ଟ ୱାଣ୍ଟେଡ୍ ତାଲିକାରେ ଗୋଲ୍ଡି ବ୍ରାର ସାମିଲ
    ଅପରାଧ

    ଟପ୍-୧୦ ମୋଷ୍ଟ ୱାଣ୍ଟେଡ୍ ତାଲିକାରେ ଗୋଲ୍ଡି ବ୍ରାର ସାମିଲ

    13513
    Sep 30, 2026
  • ମହିଳାଙ୍କ ଗଳା କାଟି ୯ ଖଣ୍ଡ କରି କେନାଲକୁ ଫିଙ୍ଗିଲା
    ଅପରାଧ

    ମହିଳାଙ୍କ ଗଳା କାଟି ୯ ଖଣ୍ଡ କରି କେନାଲକୁ ଫିଙ୍ଗିଲା

    15185
    Sep 30, 2026
  • ୫୨୬ କିଲୋଗ୍ରାମ ହେରୋଇନ ଓ ମେଥାମ୍ଫେଟାମାଇନ୍‌ ଜବତ, ୫ ପାକିସ୍ତାନୀ ଗିରଫ
    ଦେଶ-ଦେଶାନ୍ତର

    ୫୨୬ କିଲୋଗ୍ରାମ ହେରୋଇନ ଓ ମେଥାମ୍ଫେଟାମାଇନ୍‌ ଜବତ, ୫ ପାକିସ୍ତାନୀ ଗିରଫ

    14891
    Sep 30, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ବାଣିଜ୍ୟ

    ଭାରତରେ ‘Apple Pay’ ପ୍ରବେଶ

    14458
    Sep 30, 2026
  • ଦେଶ-ଦେଶାନ୍ତର

    ରୋଗ ସହ ଯୁଝୁଛନ୍ତି ପୂର୍ବତନ କ୍ରିକେଟର୍‌ ବିନୋଦ କାମ୍ବଲି

    14301
    Sep 30, 2026
  • ଦେଶ-ଦେଶାନ୍ତର

    କଳହ ପରେ ଆଖିବୁଜା ଫାୟାରିଂ, ୪ ଯବାନ ମୃତ

    14804
    Sep 30, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17137
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17827
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17793
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18208
    Sep 06, 2023

ବିଶେଷ

  • ଏମିତି ଘରକୁ ରଖନ୍ତୁ ଥଣ୍ଡା.....

    15005
    Sep 29, 2026
  • ବାରମ୍ବାର ରୋଗ ଗ୍ରସ୍ତ ହେଉଥିଲେ କରନ୍ତୁ ଏହି ଉପାୟ.......

    13991
    Sep 27, 2026
  • ଘରୁ ବାହାରକୁ ଗଲେ କାର୍ଯ୍ୟରେ ସଫଳତା ପ୍ରାପ୍ତି ପାଇଁ କରନ୍ତୁ ଏହି ଉପାୟ, ମିଳିବ ସଫଳତା

    15730
    Sep 23, 2026
  • ବ୍ରଶ୍‌‌ କରିବା ପରେ ତୁରନ୍ତ ଖାଇବା ଦ୍ୱାରା ହୋଇଥାଏ ଏହି ଅସୁବିଧା

    15296
    Sep 21, 2026
  • ଅଫିସ ବ୍ୟାଗ୍ ରଖନ୍ତୁ ଏହି ସ୍ଥାନରେ

    14671
    Sep 18, 2026

ବାଣିଜ୍ୟ

ଭାରତରେ ‘Apple Pay’ ପ୍ରବେଶ

ପ୍ରାୟ ୧୨ ବର୍ଷର ଦୀର୍ଘ ଅପେକ୍ଷା ପରେ ଭାରତୀୟ ବଜାରରେ ‘ଆପଲ୍ ପେ’ ପ୍ରବେଶ କରିଛି । ଏହି ସେବା ଆସିବା ପରେ ଏବେ ଦେଶର ଆଇଫୋନ୍, ଆଇପ୍ୟାଡ୍ ଏବଂ ଆପଲ୍ ୱାଚ୍ ୟୁଜର୍ସମାନେ ଅତି ସହଜରେ ଡିଜିଟାଲ୍ ପେମେଣ୍ଟ କରିପାରିବେ । ବର୍ତ୍ତମାନ ପାଇଁ ଏହା କେବଳ ଏକ୍ସିସ୍ ବ୍ୟାଙ୍କର ଭିସା ଏବଂ ମାଷ୍ଟରକାର୍ଡ କ୍ରେଡିଟ୍ ...

  • ଏଣିକି ୩୦ ଦିନର ରିଚାର୍ଜ ପ୍ଲାନ୍

    14257
    Sep 28, 2026
  • ଆକ୍ସନ ଟେସା ଜାତୀୟ ବଢେଇ ଦିବସ ପାଳନ କଲା, ବଢେଇମାନଙ୍କ ନିମନ୍ତେ ବୃହତ୍‌ କଲ୍ୟାଣକାରୀ କାର୍ଯ୍ୟକ୍ରମ ଘୋଷଣା କଲା

    14336
    Sep 26, 2026
  • ବେଦାନ୍ତ ଆଲୁମିନିୟମର ଦକ୍ଷତା ବିକାଶ ପଦକ୍ଷେପ କାଳାହାଣ୍ଡିର ୧୦୦୦ ରୁ ଅଧିକ ଯୁବକଯୁବତୀଙ୍କ ଦକ୍ଷତା ବୃଦ୍ଧି ସହିତ ଜୀବିକା ନିର୍ବାହରେ ସହାୟକ ହୋଇଛି

    15952
    Sep 23, 2026
  • ଆଇଆଇଏ ଓଡ଼ିଶା ଚାପ୍ଟରର ନୂଆ ଏକଜିକ୍ୟୁଟିଭ କମିଟି ୨୦୨୬-୨୮ ନିମନ୍ତେ ଦାୟିତ୍ଵ ଗ୍ରହଣ କଲେ

    14434
    Sep 17, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ୫୨୬ କିଲୋଗ୍ରାମ ହେରୋଇନ ଓ ମେଥାମ୍ଫେଟାମାଇନ୍‌ ଜବତ, ୫ ପାକିସ୍ତାନୀ ଗିରଫ

    14891
    Sep 30, 2026
  • ଭୀଷଣ ଗୁଳିବିନିମୟ, ଏନକାଉଣ୍ଟରରେ ଲସ୍କର ଆତଙ୍କୀ ହାଶିମ ମୂସା ନିହତ

    14849
    Sep 30, 2026
  • ଶୀତଦିନିଆ ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ କଟକଣା ଘୋଷଣା କଲେ ସରକାର

    14466
    Sep 29, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In