ଚିତରଞ୍ଜନ ମୃତୁ୍ୟ ମାମଲା: ମୃତୁ୍ୟକୁ ନେଇ ରାଜନୀତି କରାନଯାଉ

ଭୁବନେଶ୍ୱର: ଚିତରଞ୍ଜନ ମୃତୁ୍ୟ ମାମଲାର ରହସ୍ୟ ଜାଣିବା ପାଇଁ କ୍ରାଇମବ୍ରାଞ୍ଚଞ୍ଚ ତଦନ୍ତ ଜାରି ରଖଛି । ଦ୍ୱିତୀୟ ଦିନରେ କ୍ରାଇମବ୍ରାଞ୍ଚ ଟିମ୍ ତନାଘନା କରିଛି । ଚିତ୍ତରଞ୍ଜନଙ୍କ ସହଯୋଗୀ ଜଗନ୍ନାଥ ଘରେ କ୍ରାଇମବ୍ରାଞ୍ଚ ଛାନଭିନ୍ କରିଛି । କ୍ରାଇମବ୍ରାଞ୍ଚ ଜଗନ୍ନାଥର ପୁରୀ ମାଟିଆପଡା ସ୍ଥିତ ଭଡାଘରକୁ ଯାଇ ପାରିପାର୍ଶ୍ୱିକ ସ୍ଥିତିର ଅନୁଧ୍ୟାନ କରିଛି । ଜେରା ବେଳେ ଭଡାଘରେ ଏକାଠି ଭୋଜି କରିଥିବା କଥା କହିଥିଲା ଜଗନ୍ନାଥ । ଜଗନ୍ନାଥ ଉପରେ ସନେ୍ଦହ ଥିବାରୁ ଗତକାଲି ଥାନାକୁ ନେଇ ଅଲଗା ଜେରା କରିଥିଲା ପୋଲିସ ।
ଅନ୍ୟପଟେ ପ୍ରଥମଥର ପ୍ରତିକ୍ରିୟା ରଖିଛନ୍ତି ଚିତଙ୍କ ସ୍ତ୍ରୀ ସୁଭଦ୍ରା ପଲେଇ । ତଦନ୍ତକାରୀ ସଂସ୍ଥା ଉପରେ ତାଙ୍କର ପୂର୍ଣ୍ଣ ଭରସା ଥିବା କହିଛନ୍ତି ସୁଭଦ୍ରା । ତେଣୁ ତାଙ୍କ ମୃତୁ୍ୟକୁ ନେଇ ରାଜନୀତି କରାନଯାଉ ବୋଲି ସେ ଅନୁରୋଧ କରିଛନ୍ତି । ବଡକଥା ହେଉଛି ଯୋଜନାବୋର୍ଡ ଉପାଧ୍ୟକ୍ଷ ସଂଜୟ ଦାସବର୍ମାଙ୍କ ଉପରେ ମଧ୍ୟ ଭରସା ଥିବା କହିଛନ୍ତି ଚିତଙ୍କ ସ୍ତ୍ରୀ । ହେଲେ ୧୩ ତାରିଖରେ ଚିତଙ୍କ ମୃତଦେହ ଦେଖିବା ପରେ କାନ୍ଦିକାନ୍ଦି ସଂଜୟଙ୍କ ନାଁ ନେଉଥିଲେ ଚିତଙ୍କ ସ୍ତ୍ରୀ । ଦ୍ୱିତୀୟ ଦିନରେ କ୍ରାଇମବ୍ରାଞ୍ଚ ଟିମ୍ ତନାଘନା କରିଛି ।
Powered by Froala Editor