ଅଫ ଲାଇନ ମୋଡ଼ରେ ହେବ ୟୁଜି ଓ ପିଜି ପରୀକ୍ଷା
ଭୁବନେଶ୍ବର: ଏଣିକି ଅଫ ଲାଇନ ମୋଡ଼ରେ ହେବ ୟୁଜି ଓ ପିଜିର ସମସ୍ତ ପରୀକ୍ଷା । ପୂର୍ବରୁ କୋରୋନା ସଂକ୍ରମଣ କାରଣରୁ ଅନଲାଇନରେ ପରୀକ୍ଷା ଅନୁଷ୍ଠିତ ହେଉଥିଲା । କିନ୍ତୁ ବର୍ତ୍ତମାନର ସ୍ଥିତିକୁ ଦେଖି ନିଷ୍ପତ୍ତି ବଦଳାଇଛନ୍ତି ରାଜ୍ୟ ସରକାର ।
ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟରେ ପରୀକ୍ଷା ପରିଚାଳନା ସମ୍ବନ୍ଧରେ ସମସ୍ତ ୟୁଜି ଓ ପିଜିସ୍ତରୀୟ ପରୀକ୍ଷା (ବାର୍ଷିକ/ସେମିଷ୍ଟାର) ଉପଯୁକ୍ତ କୋଭିଡ-୧୯ ପ୍ରୋଟୋକଲ ଅନୁପାଳନ କରି ଅଫଲାଇନ ମୋଡରେ ଅନୁଷ୍ଠିତ ହେବା ନେଇ ନିଷ୍ପତ୍ତି ନେଇଛି ଉଚ୍ଚ ଶିକ୍ଷା ବିଭାଗ ।
ଏନେଇ ସମସ୍ତ ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟକୁ ବିଭାଗ ପକ୍ଷରୁ ନିର୍ଦେଶ ମଧ୍ୟ ଦିଆସରିଛି।
Powered by Froala Editor