ଦାନ୍ତ ସମସ୍ୟା ପାଇଁ ଆପଣାନ୍ତୁ ଏହି ଘରୋଇ ଉପାୟ
ଭୁବନେଶ୍ୱର: ଆଜିକାଲି ଅନେକଙ୍କ ଠାରେ ଦାନ୍ତର ସମସ୍ୟା ଦେଖିବାକୁ ମିଳୁଛି । ଦାନ୍ତ ମୂଳରୁ ରକ୍ତ ବହାରିବା, ଅସମୟରେ ଦାନ୍ତ ପଡ଼ିଯିବା, ଦାନ୍ତ ସମସ୍ୟା ଦ୍ୱାରା ମୁଖ ଦୁର୍ଗନ୍ଧ ହେବା, ପାଇରିଆ ଏସବୁ ସମସ୍ୟା ଏବେ ଅନେକଙ୍କ ଠାରେ ଦେଖିବାକୁ ମିଳୁଛି । ଏଥିରୁ ମୁକ୍ତି ପାଇବା ପାଇଁ ଲୋକେ ଅନେକ ଡ଼ାକ୍ତରି ଚିକିସôା ଆପଣେଇ ଖର୍ଚ୍ଚାନ୍ତ ହେଉଛନ୍ତି । ବ୍ୟବହାର କରୁଛନ୍ତି ଦାମୀ ଟୁଥପେଷ୍ଟ । ହେଲେ କିଛି ସମୟ ପାଇଁ ସେଥିରୁ ଉପଶମ ମିଳିଲେ ମଧ୍ୟ ସଂପୂର୍ଣ୍ଣ ରୂପେ ଏଥିରୁ ମୁକ୍ତି ମିଳିନଥାଏ ।
ଆସନ୍ତୁ କିଛି ଘରୋଇ ଉପାୟ ସଂପର୍କରେ ଜାଣିବା ଯାହା ସଂପୂର୍ଣ୍ଣ ରୂପେ ଏହି ସମସ୍ୟାରୁ ମୁକ୍ତି ଦେବାରେ ସାହାଯ୍ୟ କରିଥାଏ, କିନ୍ତୁ ଏହା ପୂର୍ବରୁ କିଛିଟା ଦିଗ ପ୍ରତି ଧ୍ୟାନ ଦେବା ନିତ୍ୟାନ୍ତ ଆବଶ୍ୟକ ଯେପରି:
ସର୍ବପ୍ରଥମେ: ସବୁପ୍ରକାରର ପ୍ୟାକେଟ ବା ରିଫାଇନ ଫୁଡ଼, ଆନିମଲ ଫୁଡ଼, ପ୍ରକ୍ରିୟାକରଣ ଖାଦ୍ୟରୁ ଦୂରେଇ ରୁହନ୍ତୁ ।
ଦ୍ୱିତୀୟରେ: ରାତିରେ ଶୋଇବା ପୂର୍ବରୁ ଥରେ ବ୍ରସ କରିବା ନିହାତି ଜରୁରୀ । ହେଲେ ଏହି କ୍ରମରେ ଆସିବା ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ,ବ୍ରସ କରିବା ପାଇଁ ଦୋକାନରୁ ମିଳୁଥିବା ଦାମି ଟୁଥପେଷ୍ଟ ବ୍ୟବହାର ନକରି ନିଜ ଘରେ ତିଆରି କରନ୍ତୁ ଟୁଥ ପାଉଡ଼ର ଯାହା ଆପଣଙ୍କ ପାଇଁ ମହୌଷଧୀ ପାଲଟିବ ।
ତୃତୀୟ ପଦକ୍ଷେପ: ଲୁଣ ଓ ହଳଦୀ ସମାନ ପରିମାଣରେ ନିଅନ୍ତୁ । ଏଥିରେ ଲବଙ୍ଗକୁ ଗୁଣ୍ଡ କରି ଏହାର ଗୁଣ୍ଡ ମିଶାନ୍ତୁ । ଏଥିରେ ଫିଟିକିରି ପାଣି ମିଶାଇ ଏକ ପେଷ୍ଟ ତିଆରି କରନ୍ତୁ । ଏହାକୁ ଆଙ୍ଗୁଠିରେ କିମ୍ବା ବ୍ରସ ରେ ନେଇ ସକାଳେ ଏବଂ ସନ୍ଧ୍ୟା ସମୟରେ ଦାନ୍ତ ଘସନ୍ତୁ । ଏହାକୁ ସବୁବେଳେ ବ୍ୟବହାର କରନ୍ତୁ ଏହାର ଫରକ ଜାଣିପାରିବେ ।
ଶେଷରେ: ଯଦି ଆପଣଙ୍କର ଗୁରୁତର ଦାନ୍ତ ସମସ୍ୟା ରହିଛି, କିମ୍ବା ଦାନ୍ତ ମୂଳରୁ ରକ୍ତ ବାହାରୁଛି, ତେବେ କାକୁଡ଼ି/ପାଳଙ୍ଗ/ଗାଜର/ଟମାଟୋ ଏଥିରୁ ଯେ କୌଣସିଟିକୁ ନେଇ ଜୁସ୍ ପ୍ରସ୍ତୁତ କରନ୍ତୁ । ଏଥିରୁ ଅଧଗ୍ଲାସରୁ ଅଧିକ ଜୁସ ପିଅନ୍ତୁ । ମନେରଖିବେ ଜୁସ ପିଇବାର ପ୍ରତ୍ୟେକ ଥରରେ ପାଟିରେ ପାଞ୍ଚ ସେକେଣ୍ଡ ରଖି ପିଅନ୍ତୁ । ଏପରି କଲେ ଆପଣ ଦୁଇ ଦିନରେ ହିଁ ଏସମସ୍ୟାରୁ ଆରାମ ପାଇବେ । ଏସବୁ ଜୁସର କୁ ୧୦ରୁ୧୫ ଦିନ ପିଇବା ଦ୍ୱାରା ଆପଣ ଭୋଗୁଥିବା ପାଇରିଆ ରୋଗରୁ ବହୁତ ଜଲ୍ଦ ମୁକ୍ତି ମିଳିପାରିବା ସହ ଦାନ୍ତ ମୂଳରୁ ବାହାରୁଥିବା ରକ୍ତ ସମସ୍ୟାରୁ ମଧ୍ୟ ଉପସମ ମିଳିବ ।
ତେଣୁ ବଜାରରେ ମିଳୁଥିବା ପେଷ୍ଟ ହେଉ ବା ମେଡ଼ିସିନ ହେଉ ଏସବୁ ପୂର୍ବରୁ ଥରେ ସତର୍କତାକୁ ଆପଣେଇବା ସହ ଏସବୁ ଘରୋଇ ଉପାୟକୁ ଆପଣେଇ ଦେଖନ୍ତୁ ଦାନ୍ତ ସମସ୍ୟାରୁ ନିଶ୍ଚୟ ଆରାମ ମିଳିବ ।
Powered by Froala Editor