ଓମିକ୍ରନ ଭୟ: ତଥାପି ହେବନି ଲକ୍ଡାଉନ୍!
ଭୁବନେଶ୍ୱର: କରୋନାର ନୂଆ ପ୍ରଜାତି ‘ଓମିକ୍ରନ’ କୁ ରୋକିବା ପାଇଁ ବିକଳ୍ପ ଭାବେ ଲକଡାଉନ କରି ଲୋକଙ୍କୁ ଭୟଭୀତ ନ କରିବାକୁ ସରକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ତଥା ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ପରାମର୍ଶଦାତା କେ.ଶ୍ରୀନାଥ ରେଡ୍ଡୀ । ଏକ ଜାତୀୟ ଗଣମାଧ୍ୟମରେ ଆଲେଖ୍ୟ ଜରିଆରେ ଡା.ରେଡ୍ଡୀ କହିଛନ୍ତି ଯେ କରୋନାର ନୂଆ ପ୍ରଜାତି ବାରମ୍ବାର ରୂପ ବଦଳାଇଥିଲେ ମଧ୍ୟ ଏହା ଯେ ଘାତକ ହେବ ତାହା କହିବା ମୁସ୍କିଲ ।
ମୁ୍ୟଟେସନ ପରେ ସୃଷ୍ଟି ହୋଇଥିବା କରୋନାର ‘ବେଟା’ ପ୍ରଜାତି ବିଶ୍ୱ ବ୍ୟାପୀ ଚିନ୍ତା ବଢ଼ାଇଥିଲା ସତ ହେଲେ ଏହା ବେଶି ଘାତକ ସାବ୍ୟସ୍ତ ହୋଇ ନଥିଲା । ‘ଓମିକ୍ରନ’ ବିଷୟରେ ଖୁବ କମ ତଥ୍ୟ ଜଣାଅଛି । ତେଣୁ ଏହା ଡେଲଟାଠାରୁ ଅଧିକ କ୍ଷତିକାରକ ହେବ ବୋଲି ଆକଳନ କରାଯାଇ ପାରିବ ନାହିଁ । ଏହାର ମୁକାବିଲା ମାସ୍କ, ଭେଣ୍ଟିଲେସନ, ଟିକା ଓ ଟେଷ୍ଟି ଜରିଆରେ କରାଯାଉ ।
Powered by Froala Editor