ସରକାରଙ୍କ ବଡ଼ ନିଷ୍ପତ୍ତି : ପାରାକ୍ୱେଟ ଡାଇକ୍ଲୋରାଇଡ୍ ଉପରେ ପ୍ରତିବନ୍ଧକ
ଭାରତ ସରକାର ଦେଶରେ ତୃଣନାଶକ ବିଷ ପାରାକ୍ୱେଟ ବ୍ୟବହାରକୁ ସମ୍ପୂର୍ଣ୍ଣ ଭାବେ ନିଷିଦ୍ଧ କରିଛନ୍ତି। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଏ ସଂକ୍ରାନ୍ତ ବିଜ୍ଞପ୍ତି ଜାରି କରାଯାଇଛି। କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଅତି ବିଷାକ୍ତ ଘାସମରା ଔଷଧ 'ପାରାକ୍ୱାଟ୍ ଡାଇକ୍ଲୋରାଇଡ୍' ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଇଛନ୍ତି। କୃଷି କ୍ଷେତ୍ରରେ ଏହାର ଆମଦାନୀ, ଉତ୍ପାଦନ, ବିକ୍ରି ଏବଂ ବ୍ୟବହାରକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରିବାକୁ ଏଥିରେ ପ୍ରସ୍ତାବ ଦିଆଯାଇଛି। ଅନେକ ଦିନ ଧରି ବିଷବିଜ୍ଞାନୀ, କୃଷି ବିଶେଷଜ୍ଞ ଓ ଡାକ୍ତରଙ୍କ ସହ ଆଲୋଚନା ପରେ ସେମାନଙ୍କ ପରାମର୍ଶ ଅନୁସାରେ ଏଭଳି ପଦକ୍ଷେପ ନିଆଯାଇଛି ।
କୀଟନାଶକ ଆଇନ ୧୯୬୮ର ଧାରା ୨୭ ଅଧୀନରେ ପାରାକ୍ୱେଟ ଡାଇକ୍ଲୋରାଇଡ୍ ରପ୍ତାନି, ପ୍ରସ୍ତୁତ, ବିକ୍ରି, ପରିବହନ, ବଣ୍ଟନ ଓ ବ୍ୟବହାର ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି। ଏପରିକି ଯେଉଁ ଦେଶରେ ଏହାର ବିକାଶ ଓ ପ୍ରସ୍ତୁତି ହେଉଥିଲା ସେଠାରେ ତାହା ବହୁଦିନରୁ ବନ୍ଦ ହୋଇସାରିଛି। ବ୍ରିଟେନ୍, ଚୀନ୍ ଏବଂ ୟୁରୋପୀୟ ୟୁନିଅନ୍ ସମେତ ବିଶ୍ୱର ୭୦ରୁ ଅଧିକ ଦେଶରେ ଏହାକୁ ପୂର୍ବରୁ ହିଁ ବ୍ୟାନ୍ କରାଯାଇଛି। ବିଶ୍ୱରେ ନିଷିଦ୍ଧ ହୋଇଥିଲେ ମଧ୍ୟ ଭାରତୀୟ ବଜାରରେ ଏହାର ଖୋଲାଖୋଲି ବ୍ୟବହାର ହେଉଥିଲା। ବର୍ତ୍ତମାନ ଏହି ଚିଠା ବିଜ୍ଞପ୍ତି ଉପରେ ଆପତ୍ତି ଓ ପରାମର୍ଶ ଦେବା ପାଇଁ ସରକାର ସଂଶ୍ଳିଷ୍ଟ ପକ୍ଷମାନଙ୍କୁ ଜୁଲାଇ ୧୩, ୨୦୨୬ ଠାରୁ ୩୦ ଦିନର ସମୟ ଦେଇଛନ୍ତି।
ପାରାକ୍ୱାଟ୍ କେବଳ ନଅଟି ଫସଲ ଚା, ଆଳୁ, କପା, ରବର, କଫି, ଚାଉଳ, ଗହମ, ମକା ଏବଂ ଅଙ୍ଗୁର ଚାଷରେ ବ୍ୟବହାର ପାଇଁ ଅନୁମତି ଦିଆଯାଇଥିଲା। ହେଲେ ଦେଶର ଅନେକ ସ୍ଥାନରେ, ଯେପରିକି ରାଜସ୍ଥାନ ଏବଂ ମଧ୍ୟପ୍ରଦେଶରେ, ଚାଷୀମାନେ ଅମଳ ପୂର୍ବରୁ ମୁଗ ଡାଲି ଗଛକୁ ଶୀଘ୍ର ଶୁଖାଇବା ପାଇଁ ଏହାକୁ ବେଆଇନ ଏବଂ ଅବାଧରେ ବ୍ୟବହାର କରୁଥିଲେ। ଏହି ବିଷ ସିଧାସଳଖ ମାନବ ଖାଦ୍ୟ ଶୃଙ୍ଖଳରେ ପ୍ରବେଶ କରୁଥିଲା।
କେନ୍ଦ୍ର ସରକାର କୀଟନାଶକ ଆଇନ ଅନୁଯାୟୀ ଦେଶବ୍ୟାପୀ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। କୃଷି-ରସାୟନ କମ୍ପାନୀଗୁଡ଼ିକୁ ଦିଆଯାଇଥିବା ସମସ୍ତ ପଞ୍ଜୀକରଣ ପ୍ରମାଣପତ୍ର ତୁରନ୍ତ ବାତିଲ ବୋଲି ବିବେଚନା କରାଯିବ। ବୈଧ ପ୍ରମାଣପତ୍ର ଥିବା ଯେକୌଣସି ନିର୍ମାତା କିମ୍ବା ଡିଲରଙ୍କୁ ତିନି ମାସ ମଧ୍ୟରେ ସେମାନଙ୍କର ପଞ୍ଜୀକରଣ କମିଟି ନିକଟରେ ଦାଖଲ କରିବାକୁ ପଡିବ, ନଚେତ୍ ସେମାନେ କଠୋର ଦଣ୍ଡ ଏବଂ ଆଇନଗତ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବେ।
Powered by Froala Editor