ଜୋତା ଚପଲ ଆପଣଙ୍କୁ କରିଦେଇପାରେ କାଙ୍ଗାଳ, ଜାଣନ୍ତୁ ପିନ୍ଧିବାର ନିୟମ
ଆମେ ଅଧିକାଂଶ ସମୟରେ ଜୋତା ଚପଲ ଉପରେ ଧ୍ୟାନ ଦେଇ ନଥାଉ । ହେଲେ ଜୋତା ଚପଲ ମଧ୍ୟ ଆପଣଙ୍କୁ କାଙ୍ଗାଳ କରିଦେଇପାରେ । ଏଥିପ୍ରତି ଧ୍ୟାନ ରଖିବା ଜରୁରୀ । ଜାଣନ୍ତୁ ଜୋତା ଚପଲ ସମ୍ପର୍କରେ କିଛି ବାସ୍ତୁ ଟିପ୍ସ ।
ବେଡରୁମକୁ ଚପଲ ନେବା ଅଶୁଭ
ଆଜିକାଲି ଲୋକେ ବେଡରୁମକୁ ଜୋତା ଚପଲ ପିନ୍ଧିକରି ଯାଇଥାନ୍ତି । ଏମିତି କି ବେଡରୁମରେ ଚପଲ ମଧ୍ୟ ରଖିଥାନ୍ତି । ଫଳରେ ଘରେ ନକରାତ୍ମକତା ସୃଷ୍ଟି ହୋଇଥାଏ ।
ନୀଳ ରଂଗର ଜୋତା କରନ୍ତୁ ବ୍ୟବହାର
ଯେଉଁ ଲୋକଙ୍କ ଜୀବନରେ ଉନ୍ନତି ହେଉନାହିଁ, ଏମାନେ ଖାସ କରି ନୀଳ ରଂଗର ଜୋତା ବ୍ୟବହାର କରନ୍ତୁ । ସର୍ବଦା ସଫା ଓ ସୁନ୍ଦର ଜୋତା ପିନ୍ଧିବା ଦ୍ୱାରା କାର୍ଯ୍ୟ ଠିକ ଭାବେ ଚାଲିଥାଏ ଓ ସଫଳତା ମିଳିଥାଏ ।
ଅପରିସ୍କାର ଜୋତା ଚପଲ ପିନ୍ଧନ୍ତୁ ନାହିଁ
ଲୋକ ତରବରରେ ଅପରିସ୍କାର ଜୋତା ପିନ୍ଧି ଚାଲିଯାଇଥାନ୍ତି । ଯାହାକି ଆପଣଙ୍କ ପର୍ସନାଲଟି ଉପରେ ଖରାପ ପ୍ରଭାବ ପକାଇଥାଏ । ଏହା ମଧ୍ୟ ଧନହାନୀର କାରଣ ହୋଇଥାଏ । ତେଣୁ ସର୍ବଦା ଜୋତା ସଫା କରି ପିନ୍ଧି ଯିବା ଉଚିତ୍ ।
ହଳଦିଆ ରଂଗର ଜୋତା ପିନ୍ଧନ୍ତୁ ନାହିଁ
ଫେସନ ଯୁଗରେ ଲୋକେ ବିଭିନ୍ନ ରଂଗର ଜୋତା ପିନ୍ଧୁଛନ୍ତି । ଲୋକେ ବାସ୍ତୁ ପ୍ରତି ନଜର ଦିଅନ୍ତି ନାହିଁ । ଲୋକଙ୍କୁ ଏହା ମନେ ରଖିବା ଉଚିତ ଯେ ହଳଦିଆ ରଂଗର ଜୋତା ପିନ୍ଧିବା ଦ୍ୱାରା ଆପଣଙ୍କ ସୌଭାଗ୍ୟ ଦୁର୍ଭାଗ୍ୟରେ ପରିଣତ ହୋଇଯାଏ ।
Powered by Froala Editor