ମୋଦୀଙ୍କ ଉଜ୍ବେକିସ୍ତାନ ଗସ୍ତ
ତାସକେଣ୍ଟ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଉବେଜକିସ୍ତାନର ତାସକେଣ୍ଟରେ ପହଞ୍ଚିବା ପରେ ବିମାନବନ୍ଦରରେ ଉଜବେକିସ୍ତାନ ରାଷ୍ଟ୍ରପତି ସାଭକଟ୍ ମିଜିୟୋୟେଭ ତାଙ୍କୁ ସ୍ବାଗତ କରିଥିଲେ। ଉଜବେକିସ୍ତାନ ରାଷ୍ଟ୍ରପତିଙ୍କ ନିମନ୍ତ୍ରଣକ୍ରମେ ମୋଦୀ ସେଠାକୁ ଯାଇଛନ୍ତି। ସୂଚନାଥାଉ କି ମୋଦୀ ଅଗଷ୍ଟ ୨୯ରୁ ସେପ୍ଟେମ୍ବର ୧ ତାରିଖ ପର୍ଯ୍ୟନ୍ତ ଉଜ୍ବେକିସ୍ତାନ ଓ କିର୍ଗିଜସ୍ତାନ ରିପବ୍ଲିକ ଗସ୍ତରେ ଯାଇଛନ୍ତି। ଏହି ଦେଶଗୁଡ଼ିକ ସହ ଅର୍ଥନୈତିକ ସହ ବିଭିନ୍ନ ପ୍ରସଙ୍ଗରେ ସମ୍ପର୍କ ମଜଭୁତ୍ କରିବା ମୋଦୀଙ୍କ ଗସ୍ତର ଲକ୍ଷ୍ୟ।
ତାସକେଣ୍ଟରେ ମୋଦୀ ଉଜବେକିସ୍ତାନ ରାଷ୍ଟ୍ରପତି ସାଭକଟ୍ ମିଜିୟୋୟେଭଙ୍କ ସହ ଦ୍ବିପାକ୍ଷିକ ସମ୍ପର୍କରେ ଉନ୍ନତି ଆଣିବା ନିମନ୍ତେ ଆଲୋଚନା କରିବେ। ବାଣିଜ୍ୟ ଓ ନିବେଶ, ଖଣିଜ ଦ୍ରବ୍ୟ, ପ୍ରତିରକ୍ଷା, ସ୍ବାସ୍ଥ୍ୟସେବା, ଶକ୍ତି, ଶିକ୍ଷା, ବୈଷୟିକ ଜ୍ଞାନକୌଶଳ କ୍ଷେତ୍ରରେ ପାରସ୍ପରିକ ସହଯୋଗ ନିମନ୍ତେ ଆଲୋଚନା ହେବ। ତାସକେଣ୍ଟ ଗସ୍ତ ସେଠାରେ ଥିବା ଶାସ୍ତ୍ରୀ ମେମୋରିଆଲ୍ ଓ ମହାତ୍ମା ଗାନ୍ଧୀ ସେଣ୍ଟର ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ଏହାପରେ ମୋଦୀ ବିସ୍କେକ ଗସ୍ତରେ ଯାଇ ସେଠାରେ ଅନୁଷ୍ଠିତ ହେବାକୁ ଥିବା ସାଂଘାଇ ସହଯୋଗ ସଂଗଠନ (ଏସ୍ସିଓ) ବୈଠକରେ ଯୋଗ ଦେବେ। ମୋଦୀ ଅଗଷ୍ଟ ୩୧ରୁ ସେପ୍ଟେମ୍ବର ୧ ତାରିଖ ପର୍ଯ୍ୟନ୍ତ ସେଠାରେ ରହିବେ। ଏହି ଅବସରରେ ମୋଦୀ କିର୍ଗିଜସ୍ତାନ ରାଷ୍ଟ୍ରପତିଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ।
Powered by Froala Editor