ନେପାଳ ବନ୍ୟାରେ ଭାସିଗଲା ବ୍ୟାଙ୍କ ଲକର, ୫୭ ଲକ୍ଷ ଟଙ୍କା ଲୁଟ
କାଠମାଣ୍ଡୁ: ବନ୍ୟା ପ୍ରଭାବିତ ନେପାଳକୁ ଦେଶବିଦେଶରୁ ସହାୟତାର ହାତ ବଢ଼ିଛି। ପଡୋଶୀ ଦେଶ ଭାରତ, ଚୀନ ଆଦିର ଉଦ୍ଧାରକାରୀ ଦଳ କାଦୁଅ ତଳୁ ଜୀବନ ସନ୍ଧାନରେ ଲାଗିଛନ୍ତି। ଏପରି ସମୟରେ ବନ୍ୟା ପରର ଆଉ ଏକ ଦୃଶ୍ୟ ସାରା ବିଶ୍ବରେ ନେପାଳବାସୀଙ୍କୁ ଲଜ୍ଜିତ କରିଛି। ଭୋଟେକୋଶୀ ଅଞ୍ଚଳର ଏକ ଲକର ବନ୍ୟାରେ ଭାସି ଯାଇ ବହୁ କିମି ଦୂର ଧାଦିଙ୍ଗର ବେଲଖୁଖୋଲା ଅଞ୍ଚଳରେ ଲାଗିଥିଲା। ଏହା ଦେଖିବା ମାତ୍ରେ କିଛି ଅସାଧୁ ବ୍ୟକ୍ତି ଲକର ଭାଙ୍ଗି ପ୍ରାୟ ୫୭ ଲକ୍ଷ ଟଙ୍କା ଲୁଟି ନେଇଥିଲେ। ଏହି ମାମଲାରେ ପୁଲିସ ଏବେ ୨୯ ଜଣଙ୍କୁ ଗିରଫ କରିଛି। ଏହି ଟଙ୍କା ନେଇଥିବା ଅଭିଯୁକ୍ତଙ୍କ ମଧ୍ୟରେ ୧୯ରୁ ୪୯ ବର୍ଷର ବ୍ୟକ୍ତି ସାମିଲ ଅଛନ୍ତି। ଗଲାଚି-୪ ଅନ୍ତର୍ଗତ ମସ୍ତର ଅଞ୍ଚଳରୁ ଅଧିକାଂଶ ଅଭିଯୁକ୍ତଙ୍କୁ ଗିରଫ କରିଥିଲା।
Powered by Froala Editor