୨୩ରୁ ଆମେରିକା ଗସ୍ତରେ ଯିବେ ଚୀନ ରାଷ୍ଟ୍ରପତି ସି ଜିନ୍ପିଙ୍ଗ
ବେଜିଂ: ଚୀନ ରାଷ୍ଟ୍ରପତି ସି ଜିନ୍ପିଙ୍ଗ ଆସନ୍ତା ୨୩ରୁ ୨୫ ତାରିଖ ପର୍ଯ୍ୟନ୍ତ ଆମେରିକା ଗସ୍ତରେ ଯିବେ। ଦୀର୍ଘ ୧୧ ବର୍ଷ ପରେ ଜିନପିଙ୍ଗଙ୍କ ଏହା ପ୍ରଥମ ଆମେରିକା ଗସ୍ତ ହେବ। ଜିନ୍ପିଙ୍ଗଙ୍କ ଆମେରିକା ଗସ୍ତ ସମ୍ପର୍କରେ ଚୀନ ବୈଦେଶିକ ମନ୍ତ୍ରଣାଳୟ ସୋମବାର ଘୋଷଣା କରିଛି। ଆମେରିକା ରାଷ୍ଟ୍ରପତିଙ୍କ ନିମନ୍ତ୍ରଣ କ୍ରମେ ସେ ଏହି ଗସ୍ତ କରିବେ। ଏହି ଗସ୍ତ ସମୟରେ ଜିନପିଙ୍ଗ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଦ୍ବିପାକ୍ଷିକ କଥାବାର୍ତ୍ତା କରିବେ। ୨୦୧୫ ସେପ୍ଟେମ୍ବରରେ ବରାକ ଓବାମାଙ୍କ ଶାସନ କାଳରେ ଜିନ୍ପିଙ୍ଗ ଆମେରିକା ଗସ୍ତ କରିଥିଲେ।
Powered by Froala Editor