‘ମନ୍ କୀ ବାତ୍’ କାର୍ଯ୍ୟକ୍ରମରେ ଓଡ଼ିଶାର ମୈଥିଲୀ ଭୂଏଙ୍କ ସଫଳତାର କାହାଣୀ ପାଇଲା ସ୍ଥାନ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ମନ୍ କୀ ବାତ୍’ କାର୍ଯ୍ୟକ୍ରମରେ ଓଡ଼ିଶାର ସମ୍ବଲପୁର ଜିଲ୍ଲା ଡେବ୍ରିଗଡ଼ ଅଞ୍ଚଳର ମୈଥିଲୀ ଭୂଏଙ୍କ ସଫଳତାର କାହାଣୀ ସ୍ଥାନ ପାଇଛି। ମହିଳାଙ୍କ ପାଇଁ ମୈଥିଲୀ ଜଣେ ପ୍ରେରଣା ବୋଲି କହିବା ସହ ତାଙ୍କ ଜୀବନ ଓ ଜୀବିକାରେ ଆସିଥିବା ପରିବର୍ତ୍ତନର କଥା ବଖାଣିଛନ୍ତି ପ୍ରଧାନମନ୍ତ୍ରୀ।
ଦିନେ ମୈଥିଲୀ ଜଙ୍ଗଲଜାତ ଦ୍ରବ୍ୟ ଉପରେ ନିର୍ଭର କରି ଜୀବିକା ନିର୍ବାହ କରୁଥିଲେ। ଜଙ୍ଗଲରୁ ମିଳୁଥିବା ବିଭିନ୍ନ ଉତ୍ପାଦ ବିକ୍ରି କରି ସେ ପରିବାର ଚଳାଉଥିଲେ।
ମୈଥିଲୀଙ୍କ ଏହି ସଫଳତା କେବଳ ତାଙ୍କ ଜୀବନକୁ ବଦଳାଇନାହିଁ, ବରଂ ଡେବ୍ରିଗଡ଼ ଅଞ୍ଚଳର ଅନ୍ୟ ମହିଳାମାନଙ୍କୁ ମଧ୍ୟ ପ୍ରେରଣା ଦେଇଛି।ପ୍ରଧାନମନ୍ତ୍ରୀ କହିଛନ୍ତି, ଜଙ୍ଗଲ କେବଳ ଜୀବନର ନୁହେଁ, ଜୀବିକାର ମଧ୍ୟ ଆଧାର। ଜଙ୍ଗଲକୁ ସୁରକ୍ଷା ଦେବା ସହ ଏହାର ସମ୍ବଳକୁ ସୁଚାରୁ ଭାବେ ବ୍ୟବହାର କରି ମୈଥିଲୀ ରୋଜଗାରର ଏକ ନୂଆ ବାଟ ଦେଖାଇଛନ୍ତି।
Powered by Froala Editor