ଭିସା ରିଜେକ୍ଟ ପାଇଁ ବଞ୍ଚିଗଲା ଜୀବନ
ପବିତ୍ର କୈଳାସ ମାନସରୋବର ଯାତ୍ରା ଲାଗି ବାହାରିଥିବା କୋଲକାତାର ଜଣେ ମହିଳାଙ୍କ ଚୀନ୍ ଭିସା କରିଥିଲେ । ହେଲେ ଶେଷ ମୁହୂର୍ତ୍ତରେ ଭିସା ବାତିଲ ହୋଇଯାଇଥିଲା । ମନ ଦୁଃଖ କରିଥିଲେ । କିନ୍ତୁ ସେଥିଯୋଗୁ ତାଙ୍କର ଜୀବନ ବର୍ତ୍ତି ଯାଇଛି । ନେପାଳର ପ୍ରଳୟଙ୍କାରୀ ଫ୍ଲାସ ଫ୍ଲଡରୁ ଜଣେ ମହିଳା ଭାଗ୍ୟ ବଳରେ ରକ୍ଷା ପାଇଛନ୍ତି । ଏବେ ସେ ଭଗବାନଙ୍କୁ ଧନ୍ୟବାଦ ଦେଇଛନ୍ତି ।
ରିପୋର୍ଟ ମୁତାବକ, ପଶ୍ଚିମବଙ୍ଗର ୬୧ ବର୍ଷୀୟ ତପତୀ ସିଂହା କୈଳାସ ମାନସରୋବର ଯାତ୍ରାରେ ଯିବାର ଥିଲା। ଏକ ଟ୍ରାଭେଲ୍ ଏଜେନ୍ସି ଜରିଆରେ ୩୩ ଜଣଙ୍କ ଏକ ଗ୍ରୁପ୍ ସହ ସେ ନେପାଳ ଦେଇ ଯାତ୍ରା କରିବାର ଥିଲା। ତପତୀ ସବୁ ପ୍ରସ୍ତୁତି ସାରିଥିଲେ। କିନ୍ତୁ ଯାତ୍ରାର କିଛି ଦିନ ପୂର୍ବରୁ ତାଙ୍କ ଚୀନ୍ ଭିସା ରିଜେକ୍ଟ ହୋଇଗଲା। ନିରାଶ ହୋଇ ସେ କୈଳାସ ଯାତ୍ରା ବାତିଲ କରି ଲଦାଖ ଯିବାକୁ ନିଷ୍ପତ୍ତି ନେଲେ।
ଅନ୍ୟପଟେ, ତାଙ୍କ ସହ ଯିବାକୁ ଥିବା ୩୩ ଜଣିଆ ଦଳ ଅଗଷ୍ଟ ୨୧ରେ କୋଲକାତାରୁ ବାହାରି ନେପାଳର ରାସୁୱାଗାଢ଼ି ପହଞ୍ଚିଥିଲା। ଇମିଗ୍ରେସନ୍ ପ୍ରକ୍ରିୟା ଚାଲିଥିବା ବେଳେ ହଠାତ୍ ମାଡ଼ି ଆସିଥିଲା ପ୍ରଳୟଙ୍କରୀ ଫ୍ଲାସ୍ ଫ୍ଲଡ୍। ଏହାପରେ ସେହି ଦଳର ୩୨ ଜଣଙ୍କ ସହ ଯୋଗାଯୋଗ ହୋଇପାରୁନାହିଁ। ତପତୀ ଏପଟେ ଲଦାଖରୁ ଫେରି କୋଲକାତା ଆସିଛନ୍ତି। ଯେଉଁ ଭିସା ରିଜେକ୍ଟ ହେବା ତାଙ୍କୁ କଷ୍ଟଦେଇଥିଲା, ଆଜି ତାହା ତାଙ୍କ ଜୀବନ ବଞ୍ଚିଯିବାର କାରଣ ପାଲଟିଛି।
Powered by Froala Editor