ହର୍ମୁଜରେ ଆମେରିକା ମୁତୟନ କଲା ୨୦ ଯୁଦ୍ଧ ଜାହାଜ
ଦିନକୁ ଦିନ ତୀବ୍ର ହେଉଛି ମଧ୍ୟପ୍ରାଚ୍ୟ ଯୁଦ୍ଧ । ଘନଉଛି ଆମେରିକା-ଇରାନ ବିବାଦ । କେହି କାହାକୁ ଛାଡ଼ିବାକୁ ନାରାଜ । ଶାନ୍ତିଚୁକ୍ତି ଭାଙ୍ଗିବା ପରେ ଏବେ ଉଭୟ ଜଳୁଛନ୍ତି ପ୍ରତିଶୋଧ ନିଆଁରେ । ପରସ୍ପରକୁ କରୁଛନ୍ତି ଆକ୍ରମଣ । ଇତିମଧ୍ୟରେ ସାମ୍ନାକୁ ଆସିଛି ଆଉ ଏକ ନୂଆ ତଥ୍ୟ । ହର୍ମୁଜ୍ରେ ଆମେରିକା ମୁତୟନ କରିଛି ୨୦ରୁ ଅଧିକ ଯୁଦ୍ଧ ଜାହାଜ ।
ଆମେରିକା କେନ୍ଦ୍ରୀୟ ସେଣ୍ଟକମ୍ ଘୋଷଣା କରିଛି, ଆମେରିକା ନୌସେନା ଇରାନର ହର୍ମୁଜ ପ୍ରଣାଳୀକୁ ଅବରୋଧ କରିଛି । ଫଳରେ ଇରାନ ଜାହାଜ ଆଉ ହର୍ମୁଜ୍ ନେଇ ଯାଇପାରିବନି । ଏଥିସହିତ ଶତାଧିକ ସାମରିକ ବିମାନ ମୁତୟନ କରାଯାଇଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦେଶର ସଂସଦ ‘ୟୁଏସ୍ କଂଗ୍ରେସ’କୁ ଆନୁଷ୍ଠାନିକ ଭାବେ ଅବଗତ କରାଇଛନ୍ତି ଯେ, ଆମେରିକା ପୁନର୍ବାର ଇରାନ ସହ ଯୁଦ୍ଧରେ ପ୍ରବେଶ କରିଛି। ଏହି ସାମରିକ ସଂଘର୍ଷ ପୁଣି ଆରମ୍ଭ ହେବା ଫଳରେ ‘ୱାର ପାୱାର୍ସ ରେଜୋଲ୍ୟୁସନ’ ଅନ୍ତର୍ଗତ ଟ୍ରମ୍ପ ପ୍ରଶାସନକୁ ସଂସଦର ଆଗୁଆ ଅନୁମୋଦନ ବିନା ଆଗାମୀ ୬୦ ଦିନ ପାଇଁ ସାମରିକ ବଳ ପ୍ରୟୋଗ କରିବାର ସ୍ୱତନ୍ତ୍ର କ୍ଷମତା ମିଳିଯାଇଛି।
ହର୍ମୁଜ ପ୍ରଣାଳୀରେ ସାମୁଦ୍ରିକ ପରିବହନ ଏବଂ ତୈଳ ଟାଙ୍କରଗୁଡ଼ିକର ସୁରକ୍ଷାକୁ ନେଇ ଦୁଇ ଦେଶ ମଧ୍ୟରେ ସୃଷ୍ଟି ହୋଇଥିବା ନୂତନ ବିବାଦ ପରେ ଏହି ବଡ଼ ନିଷ୍ପତ୍ତି ନିଆଯାଇଛି। ୭ ଜୁଲାଇରୁ ଆମେରିକା ସେନା ପକ୍ଷରୁ ଇରାନର ରାଜଧାନୀ ତେହେରାନ ସମେତ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ସାମରିକ ଘାଟି ଉପରେ ନିରନ୍ତର ଏୟାରଷ୍ଟ୍ରାଇକ ଓ ମିସାଇଲ ମାଡ଼ ଜାରି ରହିଛି। ଇରାନ ବି ଏହାର କଡ଼ା ମୁକାବିଲା ଲାଗି ପ୍ରସ୍ତୁତ ଥିବା କହିଛି।
Powered by Froala Editor