ଚାଷୀକୁ ଦଳିଦେଲେ ହାତୀପଲ
ବଲାଙ୍ଗୀର: ଲୋଇସିଂହା ବ୍ଲକ ଅଞ୍ଚଳରେ ଧାନ ଜଗିଥିବା ବେଳେ ଚାଷୀକୁ ଦଳିଦେଲେ ହାତୀପଲ । ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ଆହତ ହୋଇଛନ୍ତି । ଏହି ଘଟଣା ଘଟିଛି ବାଡ଼ିପାଲି ପଞ୍ଚାୟତର ଭାଲୁ ପାଲି ଗ୍ରାମରେ । ତେବେ ବଲାଙ୍ଗୀର ଲୋଇସିଂହା ବ୍ଲକ ଅଞ୍ଚଳରେ କିଛି ଦିନ ହେବ ୨୫ ଟିକିଆ ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳୁଛି ।
ତେବେ ଏହି ଗ୍ରାମବାସୀ ହାତୀଙ୍କ ଠାରୁ ଚାଷଜମି ବଞ୍ଚାଇବା ପାଇଁ ଧାନ ବିଲ ଜଗିଥାନ୍ତି । ୪୭ ବର୍ଷ ବୟସ୍କ ଗୋପାଳ ପୋଢ଼ ନିଜ କ୍ଷେତ ଜଗିଥିବା ବେଳେ ହାତୀ ହାବୁଡରେ ପଡ଼ିଥିଲେ । ହାତୀ ପଲ ତାଙ୍କୁ ଆକ୍ରମଣ( କରିବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ସେପଟେ ବଲାଙ୍ଗୀର ଲୋଇସିଂହା ରେଞ୍ଜ ବନ ବିଭାଗ ଘଟଣା ସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିବା ସହ ହାତୀ ଘଉଡାଇବା ପାଇଁ ଉଦ୍ୟମ ଜାରି ରଖିଛି। ଅନ୍ୟପଟେ ମୃତକଙ୍କ ପରିବାର ବର୍ଗଙ୍କୁ କ୍ଷତିପୂରଣ ଦେବା ପାଇଁ ଦାବି କରିଛନ୍ତି ସ୍ଥାନୀୟ ଲୋକେ।
Powered by Froala Editor