ପୁଅ ଉପରେ ରାଗି ଜିଲ୍ଲାପାଳଙ୍କ ନାଁରେ ସବୁ ସମ୍ପତ୍ତି କରିଦେଲା ବାପା
ବାପା କଥା ବୁଝିଲାନି ପୁଅ । କେବଳ ସମ୍ପତ୍ତି ମାଗି ଚାଲିଥିଲା । ଶେଷରେ ଚରମ ନିଷ୍ପତ୍ତି ନେଇ ବାପା ସବୁ ସମ୍ପତ୍ତି ଜିଲ୍ଲାପାଳଙ୍କ ନାଁରେ କରିଦେଇଛନ୍ତି । ଏ ଘଟଣା ଉତ୍ତରପ୍ରଦେଶର ।
ସୂଚନା ମୁତାବକ, ନିରଲାବାଦ ପିପଲ ମାଣ୍ଡିର ବାସିନ୍ଦା ଗଣେଶ ଶଙ୍କର ତାଙ୍କ ତିନି ଭାଇ ନରେଶ, ରଘୁନାଥ ଏବଂ ଅଜୟଙ୍କ ସହ ମିଶି ୧୯୮୩ ମସିହାରେ ଏକ ଜମି କିଣିଥିଲେ। ସେ ଏହି ଜମିରେ ଏକ ବିଳାସପୂର୍ଣ୍ଣ ଘର ନିର୍ମାଣ କରିଥିଲେ । ଏହି ଘରର ମୂଲ୍ୟ ବର୍ତ୍ତମାନ ୧୩ କୋଟି ଟଙ୍କା ହୋଇଥିବାବେଳେ ଚାରି ଭାଇ ଘର ଭାଗ ଭାଗ କରିଥିଲେ। ବର୍ତ୍ତମାନ, ଗଣେଶଙ୍କର ମାଲିକାନାରେ ପ୍ରାୟ ୩ କୋଟି ଟଙ୍କାର ସମ୍ପତ୍ତି ରହିଛି ।
୮୮ ବର୍ଷୀୟ ଗଣେଶ ଶଙ୍କର କହିଛନ୍ତି ଯେ, ତାଙ୍କର ଦୁଇଟି ପୁଅ ଥିଲେ ବି ତାଙ୍କର ଯତ୍ନ ନିଅନ୍ତି ନାହିଁ । ତାଙ୍କ ଘରେ କୌଣସି ଜିନିଷ ଅଭାବ ନାହିଁ। ସବୁ ଆରାମରେ ଚଳନ୍ତି। ତାଙ୍କ ବଡ ପୁଅ ଦିଗ୍ବିଜୟ, ବୋହୂ ଏବଂ ଦୁଇ ନାତିନାତୁଣୀ ତାଙ୍କ ସହ ରୁହନ୍ତି। କିନ୍ତୁ କିଛି ଦିନ ତଳେ ପୁଅ ଦିଗ୍ବିଜୟ ତାଙ୍କୁ ଲଗାତାର ସମ୍ପତ୍ତିରୁ ଭାଗ ମାଗୁଥିଲା। ଏହା ତାଙ୍କର ସବୁଠାରୁ ବଡ ସମସ୍ୟାର କାରଣ ଥିଲା ବୋଲି ଗଣେଶ କହିଛନ୍ତି। ପରିସ୍ଥିତି ଏତେ ଖରାପ ଯେ ସେ ଦିନକୁ ଦୁଇଥର ଖାଇବା ପାଇଁ ମଧ୍ୟ ନିଜ ଭାଇମାନଙ୍କ ଉପରେ ନିର୍ଭରଶୀଳ ।
ଏଥିରେ ରାଗିଯାଇ ବୃଦ୍ଧ ଜଣକ ଆଗ୍ରାର ଜିଲ୍ଲାପାଳଙ୍କୁ ନିଜର ସମ୍ପତ୍ତି ଦେଇଛନ୍ତି। ଗଣେଶ ବର୍ତ୍ତମାନ ତାଙ୍କ ଭାଇମାନଙ୍କ ସହ ରହୁଛନ୍ତି। ଏହି ମାମଲାରେ ଜିଲ୍ଲାପାଳ କହିଛନ୍ତି ଯେ ସେ ଗ୍ରହଣ କରିଥିବା ଇଚ୍ଛାପତ୍ର ଆଗ୍ରା ଡିଏମ୍ ନାମରେ ଅଛି।
Powered by Froala Editor