ପିପିଲି ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ: ମଇଦାନକୁ ଓହ୍ଲାଇବେ ବିଶ୍ୱକେଶନ

ପିପିଲି ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ । ଶୁକ୍ରବାର କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଅନୁମୋଦନ ପରେ ଦଳ ପକ୍ଷରୁ ବିଶ୍ବକେଶନଙ୍କୁ ପ୍ରାର୍ଥୀ କରାଯିବା ନେଇ ଘୋଷଣା କରାଯାଇଛି। ପୁରୀ ଜିଲ୍ଲା ଡ଼େଲାଙ୍ଗ ବ୍ଲକର ବାସିନ୍ଦା ବିଶ୍ୱକେଶନ ଜିଲ୍ଲା କଂଗ୍ରେସର ସେବାଦଳର ମୁଖ୍ୟ ସଂଗଠକ ଭାବେ କାର୍ଯ୍ୟ କରୁଛନ୍ତି । ପ୍ରେସ୍ ବିଜ୍ଞପ୍ତିରେ AICC ସାଧାରଣ ସଂପାଦକ ମୁକୁଲ ୱାସନିକ ଏହି ସୂଚନା ଦେଇଛନ୍ତି । ନିୟମ ଅନୁସାରେ କେବଳ କଂଗ୍ରେସର ନୂଆ ପ୍ରାର୍ଥୀ ନାମାଙ୍କନ ଦାଖଲ କରିବେ । ବିଜେଡ଼ି ଓ ବିଜେପିର ପ୍ରାର୍ଥି ଅପରିବର୍ତ୍ତିତ ରହିଛନ୍ତି।
ପିପିଲିର କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ କୋଭିଡ଼ରେ ମୃତ୍ୟୁ ପରେ ସ୍ଥଗିତ ରହିଥିବା ଉପନିର୍ବାଚନ ପାଇଁ ଏହାରି ଭିତରେ ସାନି ବିଜ୍ଞପ୍ତି ପ୍ରକାଶ ପାଇଛି । ପ୍ରଥମେ ମେ ୧୩ରେ ଭୋଟ ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ ଘେଷଣା କରିଥିବା ବେଳେ ପରେ ଇଦୁଲ ଫିତର ପାଇଁ ଏହାକୁ ମେ ୧୬ ତାରିଖକୁ ଘୁଂଚାଇ ଦିଆଯାଇଛି ।
Powered by Froala Editor