ନେପାଳ ବନ୍ୟାରେ ଭାସି ଆସୁଥିବା ମାଛ ଖାଇବାକୁ ସତର୍କ କଲେ ବିଶେଷଜ୍ଞ
ନେପାଳ ବନ୍ୟା ପରେ ଭାରତ ପାଇଁ ଏହାର ପାଣି ବିଷ ବଳୟ ସୃଷ୍ଟି କରିଛି । ନେପାଳର ଭୟଙ୍କର ବନ୍ୟାର ପାଣି ଯେତେବେଳେ ବିହାର ଆଡ଼କୁ ମାଡ଼ିଆସିଲା, ସେତେବେଳେ ସାଙ୍ଗରେ ଆସିଲା କାଦୁଅ, ଆବର୍ଜନା, ମଳମୂତ୍ର, ମୃତ ଜୀବଜନ୍ତୁ ଓ ବିଭିନ୍ନ ପ୍ରଦୂଷକ।
ତ୍ରିଶୂଳୀ ନଦୀର ପାଣି ଗଣ୍ଡକ ଓ କୋସୀ ନଦୀ ଦେଇ ବିହାରର ଅନେକ ଅଞ୍ଚଳକୁ ପ୍ରବେଶ କରିବା ପରେ ଅସ୍ୱାଭାବିକ ଦେଖାଯାଉଥିବା ମାଛ ମିଳିବା ନେଇ ମଧ୍ୟ ଚିନ୍ତା ବଢ଼ିଛି। ବନ୍ୟା ପାଣିରୁ ଧରାଯାଇଥିବା ମାଛ କିଣିବା, ବିକିବା କିମ୍ୱା ଖାଇବାକୁ ବର୍ତ୍ତିବା ପାଇଁ ସତର୍କ କରାଯାଇଛି।
ଡାକ୍ତରଙ୍କ କହିବା ଅନୁସାରେ ବିପଦ କେବଳ ମାଛରେ ସୀମିତ ନୁହେଁ। ବନ୍ୟା ପାଣିର ସଂସ୍ପର୍ଶରେ ଆସିଥିବା ଖାଦ୍ୟରେ ଜୀବାଣୁ, ଭୂତାଣୁ ଓ ପରଜୀବୀ ରହିପାରନ୍ତି। ଏଥିରୁ ଝାଡ଼ା, ବାନ୍ତି, ପେଟ ଯନ୍ତ୍ରଣା, ଜ୍ୱର ଓ ଶରୀରରେ ଜଳୀୟ ଅଂଶ କମିଯିବା ଭଳି ସମସ୍ୟା ହୋଇପାରେ। ବିଶେଷକରି ଛୋଟ ପିଲା ଓ ବୟସ୍କଙ୍କ କ୍ଷେତ୍ରରେ ଗୁରୁତର ବିପଦ ଆଣିପାରେ। ତେଣୁ ବନ୍ୟା ପାଣିରେ ଭିଜିଥିବା କିମ୍ବା ସେହି ପାଣିର ସଂସ୍ପର୍ଶରେ ଆସିଥିବା ଖାଦ୍ୟ ନଖାଇବାକୁ ଡାକ୍ତରମାନେ ପରାମର୍ଶ ଦେଇଛନ୍ତି। କଲେରା, ଟାଇଫଏଡ୍ ଏବଂ ହେପାଟାଇଟିସ୍ A ଓ E ଭଳି ରୋଗର ଆଶଙ୍କା ମଧ୍ୟ ବଢ଼ିପାରେ।
Powered by Froala Editor