ଗହଣା କଲେକ୍ସନ୍ ରିଲ୍ସ ନିୟମିତ ଶେୟାର କରୁଥିଲେ, ୟୁଟ୍ୟୁବରଙ୍କ ଘରେ କଳାକନା ବୁଲାଇଲେ ଚୋର
ତାମିଲନାଡୁର ନାଗରକୋଇଲରେ ଜଣେ ମହିଳା ୟୁଟ୍ୟୁବରଙ୍କ ଘରୁ ୨୨୦ ସୋଭରେନ୍ ସୁନା ଗହଣା ଚୋରି ହୋଇଛି । ଏହାର ମୂଲ୍ୟ ଆନୁମାନିକ ୧ କୋଟି ଟଙ୍କା । ଅନ୍ତନା ନାଦର କୁଡିୟିରୁପ୍ପୁ ନିକଟସ୍ଥ ଭିଆଇପି ଗାର୍ଡେନ୍ ନିକଟରେ ଘଟଣା ଘଟିଛି ।
୨୯ ବର୍ଷୀୟା ମଧୁମିତା ଜଣେ ୟୁଟ୍ୟୁବର । ପ୍ରତିମାସରେ ୟୁଟ୍ୟୁବର ସୁନା ଗହଣା କିଣନ୍ତି । ଭଳି କି ଭଳି ଡିଜାଇନ୍ ଗହଣା ଆଣି ପିନ୍ଧନ୍ତି ଏବଂ ଭିଡିଓ କରନ୍ତି । ସେ ସୋସିଆଲ ମିଡିଆରେ ନିଜ ଗହଣା କଲେକ୍ସନ୍ର ପୋଷ୍ଟ ଓ ରିଲ୍ସ ନିୟମିତ ଶେୟାର କରୁଥିଲେ । ଏହି ଗହଣା ପିନ୍ଧି ଭିଡିଓ କରି ତାଙ୍କ ଭିୟୁର୍ସଙ୍କୁ ଦେଖାନ୍ତି । ହେଲେ ସେ ଜାଣିନଥିଲେ ଏହା ତାଙ୍କୁ ମହଙ୍ଗା ପଡିବ । ଘରେ କଳାକନା ବୁଲାଇଲେ ଚୋର । ୟୁଟ୍ୟୁବର ମଧୁମିତା ତାଙ୍କ ଘରେ ରଖାଯାଇଥିବା ସୁନା ଅଳଙ୍କାର ଏବଂ ଟଙ୍କା ବଣ୍ଡଲ ଦେଖାଇ ଏକ ଭିଡିଓ ସେୟାର କରିବାର କିଛି ଦିନ ପରେ ଏହି ଘଟଣା ଘଟିଛି ।
ଗତ ଗୁରୁବାର ଦୁଇ ବର୍ଷୀୟ ଶିଶୁର ଜନ୍ମଦିନ ପାଇଁ ପୋଷାକ କିଣିବାକୁ ତିରୁନେଲଭେଲ୍ଲୀ ଯାଇଥିଲେ । ବିଳମ୍ବିତ ରାତିରେ ଫେରିବା ପରେ ବିନୋଥକୁମାର ଘରର ପଛ କବାଟ ଭାଙ୍ଗିଥିବା ଦେଖିଲେ । ବିନୋଥକୁମାରଙ୍କ ପତ୍ନୀ ମଧୁମିତାଙ୍କ ସୋସିଆଲ ମିଡିଆ ପୋଷ୍ଟ ଓ ରିଲ୍ସରୁ ଚୋରଙ୍କୁ ଗହଣା ବିଷୟରେ ସୂଚନା ମିଳିଲା । ମାମଲାର ଯାଞ୍ଚ ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ ହୋଇଛି । ଘରର ପ୍ରଥମ ମହଲା ଶୟନକକ୍ଷରେ ଆଲମାରୀ ଭାଙ୍ଗି ସେଥିରେ ଥିବା ୨୨୦ ସୋଭରେନ୍ ସୁନା ଗହଣା ଚୋରି ହୋଇଥିଲା।
ମଧୁମିତା ତାଙ୍କ ୟୁଟ୍ୟୁବ୍ ଏବଂ ଇନଷ୍ଟାଗ୍ରାମରେ ତାଙ୍କ ଘରର ପୂଜା କକ୍ଷରେ ରଖାଯାଇଥିବା ସୁନା ଅଳଙ୍କାର ଏବଂ ଟଙ୍କାର ଏକ ଭିଡିଓ ସେୟାର କରିବାର କିଛି ଦିନ ପରେ ଏହି ଚୋରି ଘଟିଛି ।
Powered by Froala Editor