ବ୍ରେକ୍ ସସସ୍ୟା ଯୋଗୁଁ ଖୁଣ୍ଟରେ ପିଟି ହୋଇଗଲା ଇଣ୍ଡିଗୋ ବିମାନ
ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ପୁଣି ଥରେ ଚର୍ଚ୍ଚାରେ ରହିଛି । ମୁମ୍ବାଇରୁ ଶ୍ରୀନଗରରେ ପହଞ୍ଚିଥିବା ଇଣ୍ଡିଗୋ ବିମାନ ୬ଇ ୨୨୫ ଏକ ବଡ଼ ଧରଣର ଦୁର୍ଘଟଣାର ଶିକାର ହୋଇଛି । ପାର୍କିଂ ସମୟରେ ବିମାନର ବ୍ରେକ୍ ସିଷ୍ଟମ୍ରେ ସମସ୍ୟା ଉପୁଜିଥିଲା ଯେଉଁଥିପାଇଁ ଏହା ଅଟକି ପାରିନଥିଲା । ରନ୍ୱେରେ ପ୍ଲେନ୍ ପହଞ୍ଚିଥିଲା । କିନ୍ତୁ ବ୍ରେକ୍ ସସସ୍ୟା ହେତୁ ଏକ ଖୁଣ୍ଟରେ ପିଟି ହୋଇଯାଇଥିଲା । ପ୍ଲେନ୍ରେ ଶାନ୍ତ ଭାବେ ବସିଥିବା ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା । ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଯାତ୍ରୀଙ୍କ ସମେତ କ୍ରୁ ସଦସ୍ୟ ।
Powered by Froala Editor