ସୁନା ଦରରେ ବଡ଼ ଧରଣର ହ୍ରାସ
ଲଗାତାର ଚତୁର୍ଥ ଦିନରେ ସୁନାର ଭାଉ ଖସୁଛି । ମାତ୍ର ୪ ଦିନରେ ୨୨ କ୍ୟାରେଟ୍ ସୁନା ଦରରେ ପ୍ରାୟ ୫,୭୦୦ ଟଙ୍କାର ବଡ଼ ଧରଣର ହ୍ରାସ ଦେଖିବାକୁ ମିଳିଛି। ଭାରତର ଅର୍ଥନୈତିକ ଅଭିବୃଦ୍ଧି ପ୍ରସଙ୍ଗରେ ବାର୍ତ୍ତା ଦେବା ଅବସରରେ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇବା ସହିତ ଏବେ ସୁନା ସୁନା ନକିଣିବାକୁ ପିଏମ ମୋଦି ଆହ୍ବାନ ଦେଇଥିଲେ । ପୂର୍ବରୁ ଗତ ମେ ମାସରେ ମଧ୍ୟ ଏଭଳି ନିବେଦନ କରିଥିଲେ ପ୍ରଧାନମନ୍ତ୍ରୀ । ଗ୍ଲୋବାଲ୍ ସଙ୍କଟ, ଯୁଦ୍ଧ ଏବଂ ଆର୍ଥିକ ଅନିଶ୍ଚିତତା ମଧ୍ୟରେ ଦେଶର ଅର୍ଥନୀତିକୁ ସୁଦୃଢ଼ ରଖିବା ଏବଂ ବୈଦେଶିକ ମୁଦ୍ରା ଭଣ୍ଡାରକୁ ସୁରକ୍ଷିତ କରିବା ପାଇଁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି ।
ଗତ ଅଗଷ୍ଟ ୨୯ ତାରିଖରେ ୨୨ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ଦର ରହିଥିଲା ଲକ୍ଷେ ୪୫ ହଜାର ୫୦ ଟଙ୍କା। ଏବେ ୧୦ ଗ୍ରାମ ସୁନାର ମୂଲ୍ୟ ରହିଛି ଲକ୍ଷେ ୩୯ ହଜାର ୩୫୦ ଟଙ୍କା । ଅର୍ଥାତ୍ ଚାରି ଦିନରେ ୨୨ କ୍ୟାରେଟ୍ ସୁନାଦରରେ ୧୦ ଗ୍ରାମ ପିଛା ୧୯୦୦ ଟଙ୍କା ହ୍ରାସ ଘଟିଛି । ସେହିଭଳି ୨୪ କ୍ୟାରେଟ୍ ସୁନା ୨୦୭୦ ଟଙ୍କା କମିଛି।
Powered by Froala Editor