ସବୁ ଟୋଲ ପ୍ଲାଜାରେ କ୍ୟାମେରା ଲଗାଇବାକୁ ଏନଏଚଏଆଇକୁ କୋର୍ଟଙ୍କ ନିର୍ଦ୍ଦେଶ
ନୂଆଦିଲ୍ଲୀ: ଜାତୀୟ ରାଜପଥ (ଏନଏଚ)ରେ ଜବରଦଖଲ ଓ ରାସ୍ତା କଡ଼ରେ ବେଆଇନ ଭାବେ ଛିଡ଼ା ହୋଇଥିବା ଗାଡ଼ି ବଡ଼ ସମସ୍ୟା ସୃଷ୍ଟି କରୁଛି। ଏହା ହିଁ ଦୁର୍ଘଟଣାର ପ୍ରମୁଖ କାରଣ ପାଲଟୁଛି ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଏହି ପ୍ରସଙ୍ଗକୁ ନେଇ ଭାରତର ଜାତୀୟ ରାଜପଥ କର୍ତ୍ତୃପକ୍ଷ (ଏନଏଚଏଆଇ)କୁ ସର୍ବୋଚ୍ଚ ନ୍ୟାୟାଳୟ ପ୍ରଶ୍ନବାଣ ମାରିଛନ୍ତି। ଟୋଲ ପ୍ଲାଜାରେ କ୍ୟାମେରା ଲଗାଇ କାହିଁକି ପର୍ଯ୍ୟବେକ୍ଷଣ କରୁନାହାନ୍ତି? ଅଲଗା ବ୍ୟବସ୍ଥା କାହିଁକି ଆପଣାଉ ନାହାନ୍ତି? ପର୍ଯ୍ୟବେକ୍ଷଣ ପ୍ରକୋଷ୍ଠ କାହିଁକି ଗଠନ କରି ନାହାନ୍ତି ବୋଲି ପଚାରିଛନ୍ତି। ସବୁ ଟୋଲ ପ୍ଲାଜାରେ କ୍ୟାମେରା ଲଗାଇବାକୁ ଏନଏଚଏଆଇକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଶୁଣାଣି ସମୟରେ ରାଜସ୍ଥାନ ଫଲୋଦୀରେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୧୫ ଲୋକଙ୍କ ପ୍ରସଙ୍ଗ ଉଠିଥିଲା। ଶୁଣାଣି ସମୟରେ ଏନଏଚଆଇ ପକ୍ଷରୁ କୁହାଯାଇଥିଲା ଯେ ଏନଏଚରେ ପାର୍କିଂ ବନ୍ଦ କରିବାକୁ ନିୟମିତ ପାଟ୍ରୋଲିଂର ନିର୍ଦ୍ଦେଶ ଦିଆଯାଇଛି। ସୁପ୍ରିମକୋର୍ଟ ଏହି ମାମଲାରେ ପରିବହନ ମନ୍ତ୍ରଣାଳୟ, ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଓ ତାମିଲନାଡୁ ସରକାରଙ୍କୁ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅକ୍ଟୋବର ୬ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି କହିଛନ୍ତି।
Powered by Froala Editor