କୁଣ୍ଡାଇ କୁଣ୍ଡାଇ ମାସକୁ ୧୫ ଲକ୍ଷ ପାଉଛନ୍ତି ଚୀନର ଏହି ବ୍ୟକ୍ତି
ଚୀନ୍ରେ ଜଣେ ବ୍ୟକ୍ତି ଦୈନନ୍ଦିନ କୁଣ୍ଡାଇ କୁଣ୍ଡାଇ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି । ଚୀନ୍ର ଦକ୍ଷିଣ ପ୍ରାନ୍ତ ବାସିନ୍ଦା ୩୨ ବର୍ଷୀୟ ଝାଙ୍ଗ ଶିୟାଓଚିୟାଓ ଏଭଳି ବ୍ୟବସାୟ ଆରମ୍ଭ କରିଛନ୍ତି । ଏହା ବିଷୟରେ ପୂର୍ବରୁ କେହି ଚିନ୍ତା କରିନଥିବେ । ସେ କୁଣ୍ଡାଇବା ପାଇଁ ବିଧିବଦ୍ଧ ଦୋକାନ ଖୋଲିଛନ୍ତି । ଏଠାରେ କର୍ମଚାରୀ ସ୍ୱତନ୍ତ୍ର ମୁନିଆ ନଖ ପିନ୍ଧି ଗ୍ରାହକଙ୍କ ପିଠି ଓ ଶରୀରକୁ ଧୀରେ ଧୀରେ କୁଣ୍ଡାଉଛନ୍ତି। ଆଶ୍ଚର୍ଯ୍ୟର କଥା ହେଉଛି ଏହି ବ୍ୟବସାୟରୁ ତାଙ୍କର ଦୁଇଟି ଦୋକାନର ମାସିକ ଆୟ ୧ ଲକ୍ଷ ୟୁଆନ ଅର୍ଥାତ୍ ପ୍ରାୟ ୧୪-୧୫ ଲକ୍ଷ ଟଙ୍କା ।
ତାଙ୍କ ଅନୁସାରେ, ଚୀନ୍ର ବଡ଼ ସହରରେ ଲୋକଙ୍କ ଜୀବନ ଅତ୍ୟନ୍ତ ଚିନ୍ତାପୂର୍ଣ୍ଣ । ଏଥିପାଇଁ ଏହି ସେବାର ଚାହିଦା ଅଛି । ତାଙ୍କ ଦୋକାନକୁ ଉଭୟ ପୁରୁଷ ଓ ମହିଳା ଆସୁଛନ୍ତି, ତେବେ ୭୦ ପ୍ରତିଶତ ପୁରୁଷ ଏହି ସେବା ନେଉଛନ୍ତି ।
ପ୍ରଥମ ଦୋକାନ ସେ ମେ’ ଆରମ୍ଭରେ ଶେନଝେନର ବାଓଆନ ଜିଲ୍ଲାରେ ଖୋଲିଥିଲେ । ମାସେ ପରେ ସହରର ଫୁତିୟାନ ଜିଲ୍ଲାରେ ଆଉ ଏକ ଶାଖା ଖୋଲିଲେ । ଦୋକାନର ସେଟ୍ଅପ୍ ମସାଜ ସେଣ୍ଟର ଭଳି । ଗ୍ରାହକ ବେଡ୍ରେ ପେଟ ମାଡ଼ି ଶୋଇଯାଆନ୍ତି । କର୍ମଚାରୀ ସ୍ୱତନ୍ତ୍ର ଡିଜାଇନ୍ର ମୁନିଆ ନଖ ପିନ୍ଧି ତାଙ୍କ ଶରୀର କୁଣ୍ଡାଇବା କାମ ଆରମ୍ଭ କରିଦିଅନ୍ତି । ଘଣ୍ଟାକର ସେବା ପାଇଁ ଗ୍ରାହକଙ୍କଠୁ ୩୦୦ ୟୁଆନ ଅର୍ଥାତ୍ ପ୍ରାୟ ୩,୫୦୦ ଟଙ୍କା ନିଅନ୍ତି । ଝାଙ୍ଗଙ୍କ ଦାବି ଯେ ଏହି ସେବାର ଉଦ୍ଦେଶ୍ୟ କେବଳ କୁଣ୍ଡିଆରୁ ଆଶ୍ୱସ୍ତି ଦେବା ନୁହେଁ । ଏହା ଲୋକଙ୍କ ଚିନ୍ତା ଦୂର କରିବା ସହ ଭଲ ନିଦ ପ୍ରଦାନରେ ସାହାଯ୍ୟ କରୁଛି ।
Powered by Froala Editor