ତଣ୍ଟି ଯନ୍ତ୍ରଣା ହେଉଛିକି? ଏହା କରନ୍ତୁ

ଏବେ ଋତୁ ବଦଳୁଥିବାରୁ ଗଳା ବା କଣ୍ଠ ଜନିତ ସଂକ୍ରମଣ ଅଧିକାଂଶଙ୍କ କ୍ଷେତ୍ରରେ ଦେଖାଯାଏ । ଏଥିରୁ ଉପଶମ ପାଇଁ ଏଲୋପାଥିକ ଔଷଧ ଅପେକ୍ଷା ଅଧିକ ଉପଶମ ମିଳିଥାଏ । ଆପଣ ଏଥିରୁ ଘରୋଇ ତଥା ଆୟୁର୍ବେଦିକ ଚିକିସôାରେ ମୁକ୍ତି ପାଇପାରିବେ ।
-ଯେତେବେଳେ ବି ଆପଣଙ୍କର ୩୮ ଡିଗ୍ରୀ ସେଣ୍ଟିଗ୍ରେଟରୁ ଅଧିକ ଜ୍ୱର ଅନୁଭୂତ ହୋଇଥାଏ, ଗଳା ଫୁଲିବା, ଗିଳିବାରେ ସମସ୍ୟା କିମ୍ବା ପେଟ ଯନ୍ତ୍ରଣା ଭଳି ସମସ୍ୟା ହୋଇଥାଏ । ତେଣୁ ଏଥିପାଇଁ ଆବଶ୍ୟକ ପରିମାଣରେ ବିଶ୍ରାମ ନିଅନ୍ତୁ । ଯଦି ସମ୍ଭବ ହେଉଛି, ବାହାରକୁ ନଯାଇ ଘରେ ଗୁହନ୍ତୁ । ପାଣି ପିଇବା ବନ୍ଦ କରନ୍ତୁନି, ଉଷୁମ ପାଣି ପିଇବା ଭଲ । ମସଲା ଏବଂ ଅମ୍ଳଯୁକ୍ତ ଖାଦ୍ୟ ଖାଆନ୍ତୁନି । ନିୟମିତ ଭାବେ ଗାର୍ଗଲିଂ କରନ୍ତୁ । ଧୂମପାନଠୁ ଦୂରେଇ ରୁହନ୍ତୁ ଓ ହାତ ସବୁବେଳେ ସଫା ରଖନ୍ତୁ ।
-ବନ ଯୁଆଣି , ହଳଦୀ,ଅଁଳା,ଯବକ୍ଷାର,ଚିତାମୁଳ ସମାନ ଭାଗରେ ନେଇ ଚୁର୍ଣ୍ଣ କରିବ ଶୋହେ ଗ୍ରାମ ମହୁ ସହିତ ଗାଈ କ୍ଷୀର ପଚାଶ ଗ୍ରାମ ମିଶାଇ ରଖିବେ ପାଞ୍ଚ ଗ୍ରାମ ଚୁର୍ଣ୍ଣ ସହିତ ଦୁଇ ଚାମଚ ଘିଅ ମହୁ ମିଶାଇ ତିନିବେଳା ଦିନକୁ ସେବନ କଲେ ଗଳା ବସିଯିବା ସମସ୍ୟା ଦୂର ହୁଏ ।
-ବରକୋଳି ପତ୍ର ଶହେ ଗ୍ରାମ ସହିତ ପଚିଶ ଗ୍ରାମ ସୋଇନଧବଲବଣ ମିଶାଇ ବାଟି ଶହେ ଗ୍ରାମ ଗୁଆଘିଅ ସହିତ ଭାଜି ରଖିବେ ମାତ୍ର ଦଶ ଗ୍ରାମ ଲେଖାଏଁ ଦ୍ୱିବେଳ ସେବନ କଲେ ଗଳା ବସିଯିବା ସମସ୍ୟା ଦୂର ହୁଏ । ପିପପଳି .ମରିଚ ,ଶୁଣ୍ଠୀ ସମଭାଗରେ ଚୁର୍ଣ୍ଣ କରି ଗୋମୂତ୍ର ଦ୍ୱାରା ଭାବନା ଦେଇ ଖରାରେ ଶୁଖାଇ ରଖିବ ପାଞ୍ଚ ଗ୍ରାମ ଲେଖାଏଁ ଦିନକୁ ଦୁଇ ଗ୍ରାମ ସେବନ କଲେ କଫଜ ସ୍ୱର ଭଙ୍ଗ ନଷ୍ଟ ହୁଏ ।ଗାଈ କ୍ଷୀର ଏକ ଗ୍ଲାସ ସହିତ ଅଁଳା ଚୁର୍ଣ୍ଣ ଏକ ଚାମଚ ମିଶାଇ ସକାଳ ସନ୍ଧ୍ୟାରେ ପାନକଲେ ମଧ୍ୟ ଗଳା ବସିଯିବା ସମସ୍ୟା ଦୂର ହୁଏ ।
-ଗଳା ସଂକ୍ରମଣ ସମସ୍ୟାରେ ଅମୋଘ ପଥି ହେଉଛି ପୁରୁଣା ଗୁଆ ଘିଅ । ପୁରୁଣା ଘିଅ ଓ ପୁରୁଣା ଗୁଡ଼ ସହିତ ଅନ୍ନ ଭୋଜନ କରି ଉଷୁମ ପାଣି ପିଇବା ଉଚିତ୍ ।
- ଉଷୁମ ଜଳ ସହିତ ମହୁ ମିଶାଇ ଦିନକୁ ଦୁଇଥର ଖାଲି ପେଟରେ ପାନକରିବ ପିତ୍ତଜ ସ୍ୱରଭଙ୍ଗରେ ଲେମ୍ବୁ ମିଶ୍ରି ସରବତ ସକାଳ ସନ୍ଧ୍ୟାରେ ପାନ କରିବ ଏବଂ ଦ୍ୱିପହର ରେ ଖିର ,ଭାତ ସେବନ ସେବନ କରିବା ଉଚିତ୍ ।
Powered by Froala Editor