ଏହା କଲେ ଘରେ ବଢ଼ିଥାଏ ସୁଖ-ସମୃଦ୍ଧି

ଘରେ ସୁଖ ସମୃଦ୍ଧି ବଢ଼ିବାକୁ ସମସ୍ତେ ଚାହାନ୍ତି। ନିଜ ଘରେ ଏକ ଶାନ୍ତିର ପରିବେଶ ପାଇଁ କେତେକ ବାସ୍ତୁ ଶାସ୍ତ୍ରରେ ଉଲ୍ଳେଖ କରାଯାଇଥିବା ନିୟମ ପାଳନ କରିପାରନ୍ତି। ଜାଣନ୍ତୁ କେତୋଟି ଟିପ୍ସ…
ଘରର ମୁଖ୍ୟ ଦ୍ୱାର ସବୁବେଳେ ସଫାସୁତୁରା ରଖନ୍ତୁ। ମୁଖ୍ୟ ଦ୍ୱାରରେ ଓମ୍ କିମ୍ବା ସ୍ବସ୍ତିକ ଚିତ୍ର ବନାନ୍ତୁ। ଏହାଦ୍ୱାରା ଘରେ ସକାରାତ୍ମକ ଭାବନା ପ୍ରବେଶ କରିଥାଏ। ସନ୍ଧ୍ୟା ସମୟରେ ମୁଖ୍ୟ ଦ୍ୱାରରେ ଦୀପ ଜଳାନ୍ତୁ। ଏହାଦ୍ୱାରା ଲକ୍ଷ୍ମୀ ମା’ ପ୍ରସନ୍ନ ହୁଅନ୍ତି।
ପୂଜାଘରକୁ ସବୁବେଳେ ଉତ୍ତର-ପୂର୍ବ ଦିଗରେ କରନ୍ତୁ। ଏହି ଦିଗରେ ପୂଜାଘର ରଖିବା ଦ୍ୱାରା ଦେବତାମାନେ ପ୍ରସନ୍ନ ହୋଇଥାନ୍ତି।
ଝାଡୁକୁ ଲକ୍ଷ୍ମୀଙ୍କ ପ୍ରତୀକ ବୋଲି ବୁଝାଯାଏ। ଏହାକୁ ସବୁବେଳେ ଏପରି ସ୍ଥାନରେ ରଖନ୍ତୁ ଏହା ଯେପରି ବାହାର ଲୋକଙ୍କ ନଜରରେ ନ ଆସେ। ଝାଡୁ କେବେ ବି ଠିଆକରି ରଖନ୍ତୁ ନାହିଁ କି କେବେ ଏଥିରେ ଗୋଡ଼ ଲଗାନ୍ତୁ ନାହିଁ।
ଘରେ ପାଣିର ଲିକେଜ୍ କେଉଁଠାରେ ହେବାକୁ ଦିଅନ୍ତୁ ନାହିଁ।
ସପ୍ତାହରେ ଥରେ ଘରେ ଲୁଣପାଣିରେ ପୋଛା ଲଗାନ୍ତୁ।
ଘର ଦୁଆରମୁହଁରେ କିମ୍ବା ବାଲ୍କୋନିରେ ତୁଳସୀ ବୃକ୍ଷ ଲଗାନ୍ତୁ। ଏହାକୁ ନିୟମିତ ଜଳ ଦେବା ସହ ଦୀପ ଦେଇ ପୂଜାକରନ୍ତୁ।
ଧନ ରଖାଯାଉଥିବା ତିଜୋରିକୁ ସବୁବେଳେ ଘରର ଉତ୍ତର ଦିଗରେ ରଖନ୍ତୁ।
Powered by Froala Editor