ନମାଜ ପାଠ ବେଳେ ଭଶୁଡ଼ି ପଡ଼ିଲା ସ୍କୁଲ ଛାତ

ଇଣ୍ଡୋନେସିଆର ଏକ ଇସଲାମିକ୍ ସ୍କୁଲର କୋଠା ଭୁଶୁଡ଼ି ପଡ଼ିଛି। ଯାହା ଫଳରେ ପ୍ରାୟ ୬୫ଜଣ ପିଲା ଭଗ୍ନାବଶେଷ ତଳେ ଫସି ରହିଥିବା ଆଶଙ୍କା କରାଯାଉଛି । ସୂଚନା ଅନୁଯାୟୀ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏପର୍ଯ୍ୟନ୍ତ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି ।
ଏହି ଦୁର୍ଘଟଣାର ଖବର ସାମ୍ନାକୁ ଆସିବା ପରେ ପିଲାଙ୍କ ଅଭିଭାବକ ଓ ସମ୍ପର୍କୀୟମାନେ ବିଚଳିତ ହୋଇ ସେମାନଙ୍କ ପିଲାଙ୍କୁ ଖୋଜିବା ପାଇଁ ସ୍କୁଲ ଓ ହସ୍ପିଟାଲ ପରିସରରେ ପ୍ରବଳ ଭିଡ଼ ଜମାଇଛନ୍ତି।
ଘଟଣାସ୍ଥଳରେ ପହଞ୍ଚିଥିବା ଅଧିକାରୀମାନଙ୍କ ସୂତ୍ରରୁ ପ୍ରକାଶ, ସ୍କୁଲର ନିର୍ମାଣାଧୀନ କୋଠାଟି ସୋମବାର ଛାତ୍ରମାନେ ନମାଜ ପାଠ କରୁଥିବା ବେଳେ ହଠାତ ଭୁଶୁଡ଼ି ପଡ଼ିଥିଲା। ଏହି ଦୁର୍ଘଟଣାରେ ଜଣେ ଛାତ୍ରର ମୃତ୍ୟୁ ହୋଇଥିବା ବେଳେ ଅନେକ ପିଲା ଏଥିରେ ଆହତ ହୋଇଥିବା ଜଣାପଡ଼ିଛି।
ସ୍କୁଲର ନିର୍ମାଣଧୀନ କୋଠା ଭୁଶୁଡ଼ି ପଡ଼ିବାରୁ ଭଗ୍ନାବଶେଷ ତଳେ ଅତି କମରେ ୬୫ ଜଣ ଛାତ୍ର ଫସି ରହିଥିବା ଆଶଙ୍କା କରାଯାଉଛି। ଅଧିକାଂଶ ଛାତ୍ରଙ୍କ ବୟସ ୧୨ ରୁ ୧୭ ବର୍ଷ ମଧ୍ୟରେ ଥିବା ଜଣାପଡିଛି।
ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଘଟଣାଟି ସେତେବେଳେ ଘଟିଥିଲା ଯେତେବେଳେ ସମସ୍ତ ଛାତ୍ର ଅପରାହ୍ନ ପ୍ରାର୍ଥନା ପାଇଁ ଏକାଠି ହୋଇଥିଲେ ସେତେବେଳେ ହଠାତ୍ ଛାତଟି ଭୁଶୁଡି ପଡିଥିଲା । ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିବା ସହ ପିଲାଙ୍କୁ ଉଦ୍ଧାର କରିବାରେ ନୟୋଜିତ ହୋଇଛନ୍ତି ।
Powered by Froala Editor