୫ବର୍ଷ ପରେ ପୁଣି ଆରମ୍ଭ ହେବ ଭାରତ ଓ ଚୀନ ମଧ୍ୟରେ ବିମାନ ସେବା
ନୂଆଦିଲ୍ଲୀ:ଭାରତ ଏବଂ ଚୀନ ମଧ୍ୟରେ ଦୀର୍ଘ ୫ବର୍ଷ ହେବ ବିମାନ ସେବା ବନ୍ଦ ରହିଥିଲା । ଯାହା ପୁଣି ଥରେ ଆରମ୍ଭ ହେବାକୁ ଯାଉଛି । ଦୁଇ ଦେଶ ମଧ୍ୟରେ ସମ୍ପର୍କରେ ସୁଧାର ଆସୁଥିବାରୁ ଭାରତ ଏବଂ ଚୀନ ମଧ୍ୟରେ ବିମାନ ସେବା ସିଧାସଳଖ ଆରମ୍ଭ କରିବ ଇଣ୍ଡିଗୋ ଏୟାରଲାଇନ୍ । ଚଳିତ ମାସ ୨୬ତାରିଖରୁ ଏହି ସେବା ଆରମ୍ଭ ହେବ । ବିମାନ ସେବାର ଆରମ୍ଭ ପାଇଁ ଚୁକ୍ତିନାମା ସଂଶୋଧନ କରିବାକୁ ଦୁଇ ଦେଶ ମଧ୍ୟରେ ବୈଷୟିକ ସ୍ତରୀୟ ଆଲୋଚନା ହୋଇଛି ।
Powered by Froala Editor