ରେପୋ ରେଟକୁ ୫.୫ ପ୍ରତିଶତରେ ଅପରିବର୍ତ୍ତିତ ରଖିବାକୁ ନିଷ୍ପତ୍ତି

ନୂଆଦିଲ୍ଲୀ:ଭାରତୀୟ ରିଜର୍ଭ ବ୍ୟାଙ୍କ ଚଳିତ ଆର୍ଥିକ ବର୍ଷ ପାଇଁ ଏହାର ଜିଡିପି ଅଭିବୃଦ୍ଧି ଆକଳନକୁ ୬.୮ ପ୍ରତିଶତକୁ ସଂଶୋଧନ କରିଛି। ଏହା ପୂର୍ବ ଆକଳନ ତୁଳନାରେ ଚଳିତ ଆର୍ଥିକ ବର୍ଷ ପାଇଁ ମୁଦ୍ରାସ୍ଫୀତି ୨.୬ ପ୍ରତିଶତ ରହିବ ବୋଲି ମଧ୍ୟ ଆକଳନ କରିଛି। ଚଳିତ ବର୍ଷ ଅଗଷ୍ଟରେ, ଭାରତୀୟ ରିଜର୍ଭ ବ୍ୟାଙ୍କ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ୬.୫% ଜିଡିପି ଅଭିବୃଦ୍ଧି ଏବଂ ମୁଦ୍ରାସ୍ଫୀତି ୩.୧% ରହିବ ବୋଲି ପୂର୍ବାନୁମାନ କରିଥିଲା।
ଏହି ସମୟରେ, ଆରବିଆଇ ସୁଧ ହାରକୁ ଅପରିବର୍ତ୍ତିତ ରଖିଛି। ଆରବିଆଇ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା ବୁଧବାର ମୁମ୍ବାଇରେ ଚଳିତ ଆର୍ଥିକ ବର୍ଷର ଚତୁର୍ଥ ଦ୍ୱିମାସିକ ନୀତି ଘୋଷଣା କରିଛନ୍ତି। ଶ୍ରୀ ମାଲହୋତ୍ରା କହିଛନ୍ତି, ଆରବିଆଇ ରେପୋ ରେଟକୁ ୫.୫ ପ୍ରତିଶତରେ ଅପରିବର୍ତ୍ତିତ ରଖିବାକୁ ନିଷ୍ପତ୍ତି ନେଇଛି। ସେ କହିଛନ୍ତି ଯେ ମୁଦ୍ରା ନୀତି କମିଟି ରେପୋ ରେଟକୁ ଅପରିବର୍ତ୍ତିତ ରଖିବା ପାଇଁ ସର୍ବସମ୍ମତିକ୍ରମେ ସମର୍ଥନ କରିଛି।
Powered by Froala Editor