ବେସିନ୍ରୁ ଆସୁଥିବା ଗନ୍ଧକୁ ନେଇ ଚିନ୍ତିତ କି, ଆପଣାନ୍ତୁ ଏହି ଟିପ୍ସ
ରୋଷେଇ ଘରକୁ ସବୁବେଳେ ସଫାସୁତୁରା ରଖିବା ଉଚିତ୍। କାରଣ ରୋଷେଇ ଘରେ ଜୀବାଣୁ ବ୍ୟାପିଲେ ଏହା ଆମ ଖାଦ୍ୟରେ ମିଶି ଆମ ପେଟ ଭିତରକୁ ଚାଲି ଯାଇଥାଏ। ବେଳେ ବେଳେ ଦେଖାଯାଏ ଯେ ରୋଷେଇ ଘର ଯେତେ ସଫା ରଖିଲେ ବି ସେଠାରୁ ଦୁର୍ଗନ୍ଧ ବାହାରିଥାଏ। ଯଦି ଆପଣବି ବେସିନ୍ରୁ ଆସୁଥିବା ଏହି ଗନ୍ଧକୁ ନେଇ ଚିନ୍ତିତ, ତେବେ ଏହାର ସମାଧାନ ପାଇଁ ଆପଣାନ୍ତୁ କିଛି ଘରୋଇ ଟିପ୍ସ।
ଲୁଣ: ରୋଷେଇଘର ବେସିନ୍ରେ ବାସନ ଧୋଇବା ଫଳରେ ବାସନରେ ଲାଗି ରହିଥିବା ଖାଦ୍ୟ ପଡ଼ି ବେସିନ ଜାମ ହୋଇଯାଇଥାଏ। ତେଣୁ ଏଥିରୁ ଦୁର୍ଗନ୍ଧ ବାହାରିଥାଏ। ଆପଣ ବାସନ ସଫା କରିସାରିଲା ପରେ ବେସିନ୍ରେ ଲୁଣ ପକାଇ ବ୍ରଶ ମାଧ୍ୟମରେ ଭଲରେ ସଫା କରନ୍ତୁ।
ଲେମ୍ବୁ: ବେସିନ୍ର ଗନ୍ଧକୁ ଦୂର କରିବାକୁ ହେଲେ ଆପଣଙ୍କୁ ଲେମ୍ବୁ ଓ ଲୁଣରେ ଏକ ପେଷ୍ଟ ପ୍ରସ୍ତୁତ କରିବାକୁ ପଡ଼ିବ। ଏହି ପେଷ୍ଟରେ ବେସିନକୁ ବ୍ରସ ସାହାଯ୍ୟରେ ଭଲ ଭାବେ ସଫା କରନ୍ତୁ।
କଳା ଭିନେଗାର୍: ଯେପରି ବାସନ ଧୋଇବା ଜରୁରୀ ହୋଇଥାଏ, ସେହିପରି ବେସିନ ସଫା କରିବା ମଧ୍ୟ ଜରୁରୀ ହୋଇଥାଏ। ବେସିନ ସଫା କରିବା ସମୟରେ ଆପଣ କଳା ଭିନେଗାରର ବ୍ୟବହାର କରିପାରିବେ।
ବେକିଂ ସୋଡା: ନିଜ ବେସିନ୍କୁ ଚମକାଇବା ପାଇଁ ଆପଣ ବେକିଂ ସୋଡାର ମଧ୍ୟ ବ୍ୟବହାର କରିପାରିବେ। ଏଥିପାଇଁ ଆପଣ ବେସିନ୍ରେ ବେକିଂ ସୋଡା ପକାଇ ୫ ମିନିଟ ଛାଡ଼ି ନିଅନ୍ତୁ। ଏହାପରେ ସ୍କ୍ରବ ଦ୍ୱାରା ଏହାକୁ ସଫା କରି ଦିଅନ୍ତୁ।
Powered by Froala Editor