କରୋନାକୁ ନେଇ ଏମିତି କହିଲେ ନୂଆ ଡିଏମଇଟି, ଜାଣନ୍ତୁ କ’ଣ
ଭୁବନେଶ୍ୱର : ପ୍ରଫେସର ଡା.ରମା ରମଣ ମହାନ୍ତି ସୋମବାର ଦିନ ରାଜ୍ୟ ଭେଷଜ ଶିକ୍ଷା ଓ ତାଲିମ ନିର୍ଦେଶକ(ଡିଏମଇଟି) ଦାୟିତ୍ୱ ଗ୍ରହଣ କରିଛନ୍ତି । ପ୍ରଫେସର ଡା.ସିବିକେ ମହାନ୍ତି ଗତକାଲି ଅବସର ଗ୍ରହଣ କରିଛନ୍ତି । ଦାୟିତ୍ୱ ଗ୍ରହଣ କରିବା ପରେ ଡା.ମହାନ୍ତି ଗଣମାଧ୍ୟମକୁ କହିଛନ୍ତି ପାର୍ବଣ ପାଇଁ ରାଜ୍ୟରେ କରୋନା ସ୍ଥିତିରେ ସାମାନ୍ୟ ବୃଦ୍ଧି ଦେଖିବାକୁ ମିଳିଛି ।
କୋଭିଡ ଗାଇଡଲାଇନ୍ କଡ଼ାକଡ଼ି ପାଳନ କରିବା ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି । ନୂଆବର୍ଷ ପାଇଁ ଲୋକମାନଙ୍କୁ ସଜାଗ ରହିବା ଦରକାର । ନୂଆବର୍ଷ ପରେ ରାଜ୍ୟରେ କରୋନା ସଂକ୍ରମଣ ସଂପୂର୍ଣ୍ଣ ନିୟନ୍ତ୍ରଣକୁ ଆସିବ । ନିୟମ ପାଳନ କରି ସ୍କୁଲ ଖୋଲିବାରେ କୌଣସି ଅସୁବିଧା ନାହିଁ ବୋଲି ସେ କହିଛନ୍ତି । ଏହାସହ ମୋଟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୧୦ଲକ୍ଷ ୨୯ହଜାର ୫୮୫କୁ ବୃଦ୍ଧି ପାଇଛି ।
Powered by Froala Editor