ପଥର ଗଦାରେ ପିଟି ହୋଇ ଦୁଇଖଣ୍ଡ ହୋଇଗଲା କ୍ଷୀର ଭ୍ୟାନ୍
ବାଲିପାଟଣା: ବାଲିପାଟଣା-ନିମାପଡ଼ା ରାସ୍ତାର ଆଇତଳଙ୍ଗ ନିକଟରେ ଶୁକ୍ରବାର ଭୋରୁ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏକ କ୍ଷୀର ଭ୍ୟାନ୍ ପଥର ଗଦାରେ ପିଟି ହୋଇ ଦୁଇ ଖଣ୍ଡ ହୋଇଯାଇଛି । ତେବେ ସୌଭାଗ୍ୟବଶତଃ ଗାଡ଼ିର ଚାଳକ ଓ ହେଲ୍ପର ଅଳ୍ପକେ ବର୍ତ୍ତି ଯାଇଛନ୍ତି । ବାଲିପାଟଣା ପୁଲିସ୍ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଭ୍ୟାନ୍କୁ ଜବତ କରି ତଦନ୍ତ ଆରମ୍ଭ କରିଛି । ଭୋର ପ୍ରାୟ ୫ଟା ବେଳେ ମିଲ୍କି ମନ୍ତ୍ରର ଏହି କ୍ଷୀର ଭ୍ୟାନ୍ଟି ଯାଉଥିବା ବେଳେ ଚାଳକଙ୍କ ଆଖି ଲାଗି ଯାଇଥିଲା । ଫଳରେ ଗାଡ଼ିଟି ରାସ୍ତା କଡ଼ରେ ଥିବା ପଥର ଗଦାରେ ପିଟି ହୋଇ ଯାଇଥିଲା । ଦୁର୍ଘଟଣା ଏତେ ଶକ୍ତଶାଳୀ ଥିଲା ଯେ ଭ୍ୟାନ୍ଟି ଦୁଇ ଖଣ୍ଡ ହୋଇଯାଇଥିଲା । ସ୍ଥାନୀୟ ଲୋକେ ଏନେଇ ପୁଲିସ୍କୁ ଖବର ଦେବା ସହିତ ଆହତ ଚାଳକ ଓ ହେଲ୍ପରଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇ ଥିଲେ ।
Powered by Froala Editor