ମମିତା ମେହେରଙ୍କ ତଦନ୍ତ ଦାୟୀତ୍ୱ ସିବିଆଇକୁ ହସ୍ତାନ୍ତର କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦୀପ୍ତଙ୍କ ଚିଠି
ଭୁବନେଶ୍ୱର: ମମିତା ମେହେରଙ୍କ ମର୍ଡର ଘଟଣାରେ ସିବିଆଇ ତଦନ୍ତ ଦାବି କରିଛନ୍ତି ବିରୋଧୀ ଦଳର ନେତା ପ୍ରଦୀପ୍ତ ନାୟକ। ଏନେଇ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକକୁ ପତ୍ର ଲେଖି ଜଣାଇଛନ୍ତି।
ଟ୍ଵିଟ କରି ପ୍ରଦୀପ୍ତ ନାୟକ ଲେଖିଛନ୍ତି ଯେ, ମହାଲିଙ୍ଗ କଲେଜ ଠାରେ ଛାତ୍ରୀମାନଙ୍କୁ ଶାରୀରିକ ଶୋଷଣ ହୋଉଥିବା ଏବଂ ଏହି କଲେଜର ଅନୈତିକ କାର୍ୟ୍ୟକଳାପକୁ ନେଇ ଲୋକ ଚର୍ଚ୍ଚାରେ ଯେଉଁ ଆଲୋଚନା ଚାଲିଛି ତାର ସତ୍ୟାସତ୍ୟ ଜାଣିବା ପାଇଁ ତଥା ମମିତା ମେହେରଙ୍କ ତଦନ୍ତ ଦାୟୀତ୍ୱ ସିବିଆଇକୁ ହସ୍ତାନ୍ତର କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପତ୍ର ଲେଖି ଦାବି ଜଣାଇଲି ।
କଲେଜ ସଂଚାଳକ ଜଣେ ରାଜନୀତିକ ପ୍ରଭାବଶାଳୀ ବ୍ୟକ୍ତି ହେଇଥିବାରୁ ଏବଂ ଓଡିଶା ସରକାରର ଗୃହ ରାଜ୍ୟ ମନ୍ତ୍ରୀ ଏବଂ ଆଇନ୍ ମନ୍ତ୍ରୀଙ୍କ ସହ ତାଙ୍କ ସମ୍ପର୍କକୁ ଦୃଷ୍ଟିରେ ରଖିଲେ ଗୋଟିଏ କଥା ସ୍ପଷ୍ଟ ଯେ ଓଡିଶା ସରକାରର ପୋଲିସ ବିଭାଗ ଠାରୁ ଏହି ମାମଲାର ନିରପେକ୍ଷ ତଦନ୍ତ ଆଶା କରିବା ବୃଥା।
ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ନାଁ ଏହି ଘଟଣାରେ ଆସୁଛି ତେଣୁ ନୈତିକତା ଦୃଷ୍ଟିରୁ ମନ୍ତ୍ରୀ ପଦରୁ ଇସ୍ତଫା ଦେବା ଦରକାର ନଚେତ ଏହି ଘଟଣାର ନିରପେକ୍ଷ ତଦନ୍ତ ପାଇଁ ଏବଂ ପୀଡ଼ିତା ପରିବାର ତଥା ଓଡ଼ିଶାବାସୀଙ୍କ ଭାବବେଗକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ରଙ୍କୁ ମନ୍ତ୍ରୀ ପଦରୁ ବହିଷ୍କାର କରନ୍ତୁ ।
Powered by Froala Editor