ଦିବ୍ୟଶଙ୍କର ମିଶ୍ରଙ୍କ ବାସଭବନ ଉପରକୁ ଅଣ୍ଡାମାଡ଼, ମନ୍ତ୍ରୀଙ୍କ ବହିଷ୍କାର ଦାବି
ଭୁବନେଶ୍ୱର: ମହାଲିଙ୍ଗ ସନ୍ସାଇ ପବ୍ଲିକ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ନିଖୋଜ ଘଟଣାରେ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କ ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନ ଉପରକୁ ଅଣ୍ଡାମାଡ଼ ହୋଇଛି। ଛାତ୍ର କଂଗ୍ରେସ ଅଣ୍ଡା ମାଡ଼ କରିବା ସହିତ ମନ୍ତ୍ରୀଙ୍କ ବହିଷ୍କାର ଦାବି କରିଛି। ଏପରିକି ମନ୍ତ୍ରୀ ସରକାରୀ ଅବାସରେ ଧସେଇ ପଶିବାକୁ ଉଦ୍ୟମ କରିଥିଲେ କଂଗ୍ରେସ କର୍ମୀ। ମାତ୍ର କମିଶରେଟ୍ ପୁଲିସ ସେମାନଙ୍କୁ ଅଟକାଇଥିଲା। ଫଳରେ ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ପରେ ପୁଲିସ ଆନ୍ଦୋଳନକାରୀଙ୍କୁ ଉଠାଇ ନେଇଥିବା ଜଣାପଡ଼ିଛି।
ଗତ ୮ ତାରିଖରୁ ନିଖୋଜ ଥିଲେ ଶିକ୍ଷୟିତ୍ରୀ ମମିତା ମେହେର। ଏଥିରେ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କ ହାତ ଥିବା ଅଭିଯୋଗ ଆଣିଛି କଂଗ୍ରେସ। କଂଗ୍ରେସ ବିଧାୟ ସନ୍ତୋଷ ସିଂ ସାଲୁଜା କହିଛନ୍ତି, ଦିବ୍ୟଶଙ୍କର ମହାଲିଙ୍ଗ ସ୍କୁଲକୁ ବାରମ୍ବାର ଯାଇ ରାତି ବିତାଉଥିଲେ। ମହାଲିଙ୍ଗବାସୀ ମଧ୍ୟ ମନ୍ତ୍ରୀ ରାତି ବିତାଉଥିବା କହୁଛନ୍ତି। ଘଟଣାର CBI ତଦନ୍ତ ସହ ଦିବ୍ୟଶଙ୍କରଙ୍କୁ ମୁଖ୍ୟମନ୍ତ୍ରୀ ବରଖାସ୍ତ କରନ୍ତୁ ବୋଲି ସାଲୁଜା ଅଭିଯୋଗ କରିଛନ୍ତି।
ଅନ୍ୟପକ୍ଷରେ ଘଟଣାକୁ ନେଇ ମମିତା ମେହେରଙ୍କ ବଡ଼ବାପା କୌଶିକ ମେହେର ଆଜି ଚାଞ୍ଚଲ୍ୟ ତଥ୍ୟ ଦେଇଛନ୍ତି। ସେ କହିଛନ୍ତି, ୯ ତାରିଖରେ ନିଖୋଜ ନେଇ ଥାନାରେ ଅଭିଯୋଗ କରିଥିଲୁ। କିନ୍ତୁ ପୁଲିସ ମାମଲା ରଖି ନଥିବା। ଏହା ପରେ ଆମେ ଗୋବିନ୍ଦ ସାହୁଙ୍କ ସହ ଯୋଗାଯୋଗ କରିଥିଲୁ। ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଅଛନ୍ତି, କିଛି ଅସୁବିଧା ହେବନି କହିଥିଲେ ଗୋବିନ୍ଦ।”
Powered by Froala Editor