ବିଜେଡି ଛାଡି ପୂର୍ବତନ ବିଧାୟିକା ଭାରତୀୟ ଜନତା ପାର୍ଟିରେ ଯୋଗ ଦେବା ବିଜେଡି ପାଇଁ କୌଣସି ଫରକ ପଡିବ ନାହିଁ:ବଦ୍ରି ନାରାୟଣ ପାତ୍ର
ଭୁବନେଶ୍ବର: ବିଜେଡିର ପୂର୍ବତନ ବିଧାୟିକା ଅଞ୍ଜଳି ବେହେରା ବିଜେପିରେ ମିଶିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ବିଧାୟକ ବଦ୍ରି ନାରାୟଣ ପାତ୍ର । ଦଳ ଛାଡିଲେ କୌଣସି ଫରକ ପଡିବନି ବୋଲି ବଦ୍ରି କହିଛନ୍ତି । ଆଗକୁ ନିର୍ବାଚନ ଆସୁଛି ,ଦଳ ବଦଳ ରାଜନୀତିରେ ଏକ ନିତିଦିନିଆ ଅଭ୍ୟାସ ପାଲଟିଯାଇଛି। ଆଜି ଜଣେ ନେତା ଏ ଦଳରେ ତ ଆସନ୍ତାକାଲି ସେ ଆଉ ଏକ ଦଳରେ । ଦଳ ଡ଼ିଆଁ ରାଜନୀତି ଏବେ ରାଜ୍ୟ ରଜନୀତିରେ ଦେଖିବାକୁ ମିଳୁଛି। ତେବେ ବିଜେଡି ଛାଡି ପୂର୍ବତନ ବିଧାୟିକା ଭାରତୀୟ ଜନତା ପାର୍ଟିରେ ଯୋଗ ଦେବା ବିଜେଡି ପାଇଁ କୌଣସି ଫରକ ପଡିବ ନାହିଁ ବୋଲି କହିଛନ୍ତି ବଦ୍ରି ପାତ୍ର।
ଅଞ୍ଜଳି ବିଜେଡିରେ ଥିଲେ ବି ନଥିଲା ଭଳି ଥିଲେ। ସେ ଅନ୍ୟ ଦଳକୁ ଯିବା କୌଣସି ପ୍ରଭାବ ପଡିବ ନାହିଁ। ବିଜେଡି ରାଜ୍ୟବାସୀଙ୍କ ଆଶୀର୍ବାଦ ଲାଭ କରି ଚାଲିଛି। ଆଗକୁ ମଧ୍ୟ ପଞ୍ଚାୟତ ନିର୍ବାଚନ ରେ ଭଲ ପ୍ରଦର୍ଶନ କରିବ। ଯିଏ ଦଳରୁ ଗଲେ ବି ବିଜେଡିର କୌଣସି ପ୍ରକାର ଅସୁବିଧା ହେବ ନାହିଁ ବୋଲି ବଦ୍ରି ନାରାୟଣ ପାତ୍ର କହିଛନ୍ତି ।
Powered by Froala Editor