ପ୍ରକାଶ ପାଇଲା CBSE ଦଶମ ଓ ଦ୍ୱାଦଶ ଟର୍ମ-୧ ପରୀକ୍ଷା ସୂଚୀ
ଭୁବନେଶ୍ବର: ପ୍ରକାଶ ପାଇଲା ଦଶମ ଓ ଦ୍ୱାଦଶ CBSE ଟର୍ମ ୧ ପରୀକ୍ଷା ସୂଚୀ । ନଭେମ୍ବର ୩୦ରୁ ଆରମ୍ଭ ହେବ CBSE ଦଶମ ଟର୍ମ ୧ ପରୀକ୍ଷା । ସେହପିରି ଡିସେମ୍ବର ୧ରୁ ଦ୍ୱାଦଶ ପରୀକ୍ଷା ହେବ ।
୧ରୁ ୨୨ ଡିସେମ୍ବର ପର୍ୟ୍ୟନ୍ତ ଦ୍ବାଦଶ ପରୀକ୍ଷା ହେବ । ଦଶମ ଶ୍ରେଣୀ ପରୀକ୍ଷା ସକାଳ୧୧ଟା ୩୦ରୁ ମଧ୍ୟାହ୍ନ ଗୋଟାଏ ପର୍ୟ୍ୟନ୍ତ ହେବ। ସେହପରି ଟର୍ମ ୧ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଦିନ ୧୧ଟା ୩୦ରୁ ମଧ୍ୟାହ୍ନ ଗୋଟାଏ ଯାଏଁ ଚାଲିବ । ପ୍ରମୁଖ ବିଷୟଗୁଡ଼ିକର ପ୍ରତ୍ୟେକ ପେରର୍ ଅବଧି ୯୦ ମିନିଟ ରହିବ। ଏହି ପେପର ପଢିବା ସମୟ ୧୫ ମିନିଟ୍ ପରିବର୍ତ୍ତେ ୨୦ ମିନିଟ୍ ଦିଆଯିବ। କୌଣସି ସୂଚନାର ସତ୍ୟତା ପାଇଁ CBSE ୱେବସାଇଟ୍ www.cbse.nic.in ରେ ଯାଞ୍ଚ କରିବାକୁ ନିର୍ଦେଶ ଦିଆଯାଇଛି।
Powered by Froala Editor