ସି-ଭୋଟର ସର୍ଭେରେ ତୃତୀୟ ସ୍ଥାନ ହାସଲ କରିଛନ୍ତି ନବୀନ
ଭୁବନେଶ୍ବର: ଶାନ୍ତ ଓ ନମ୍ର ମୁଖ୍ୟମନ୍ତ୍ରୀ ଭାବରେ ବେଶ ପରିଚିତ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ନିର୍ବିବାଦୀୟ ଛବିକୁ ନେଇ ଶାସନ ଅନେକ ସଫଳତାର ସିଢି ଚଢିଛନ୍ତି ନବୀନ । ଆଉ ସାଉଁଟିଛନ୍ତି ସାଧାରଣ ଲୋକଙ୍କ ସ୍ନେହ, ଭଲପାଇବା ଓ ପ୍ରଶଂସା । କେବେହେଲେ ନବୀନଙ୍କ ବିରୋଧରେ ଜନ ଅସନ୍ତୋଷର ଝଲକ ଦେଖିବାକୁ ମିଳିନାହିଁ । IANS-CVoter ସର୍ଭେରେ ମଧ୍ୟ ତାହା ପ୍ରତିପାଦିତ ହୋଇଛି ।
IANS-CVoter ଗଭର୍ନାନ୍ସ ଇଣ୍ଡେକ୍ସ (ସୁଶାସନ ସୂଚକାଙ୍କ) ପକ୍ଷରୁ କରାଯାଇଥିବା ଏକ ସର୍ଭେରେ ସାମ୍ନାକୁ ଆସିଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରିପୋର୍ଟ କାର୍ଡ । ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାରତର ଶ୍ରେଷ୍ଠ ପ୍ରଦର୍ଶନକାରୀ ମୁଖ୍ୟମନ୍ତ୍ରୀରେ ସି-ଭୋଟର ସର୍ଭେରେ ତୃତୀୟ ସ୍ଥାନ ହାସଲ କରିଛନ୍ତି ।ନବୀନଙ୍କ ବିରୋଧରେ ୧୦.୪ ପ୍ରତିଶତ ଜନଅସନ୍ତୋଷ ରହିଥିବାବେଳେ ଏବଂ ରାଜ୍ୟ ସରକାରଙ୍କ ବିରୋଧରେ ରହିଛି ୩୭.୬ ପ୍ରତିଶତ ଜନ ଅସନ୍ତୋଷ । ଏହି ସର୍ଭେରେ ନବୀନ ପଟ୍ଟନାୟକ ତୃତୀୟ ସ୍ଥାନରେ ରହିଛନ୍ତି । ଚଳିତ ବର୍ଷ ଜାନୁଆରୀରେ ଏହାର ଷ୍ଟେଟ୍ ଅଫ୍ ଦି ନେସନ୍ ୨୦୨୧ ସର୍ଭେରେ ଉପରୋକ୍ତ ଏଜେନ୍ସି ନବୀନ ପଟ୍ଟନାୟକଙ୍କୁ ଶ୍ରେଷ୍ଠ ପ୍ରଦର୍ଶନକାରୀ ମୁଖ୍ୟମନ୍ତ୍ରୀ ଭାବରେ ଘୋଷଣା କରିଛି ।ସୁଶାସନ ସୂଚକାଙ୍କରେ ପ୍ରଥମ ସ୍ଥାନରେ ରହିଛନ୍ତି ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ଏବଂ ନବୀନଙ୍କ ପଛକୁ ରହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ରହିଛନ୍ତି ।
Powered by Froala Editor