ଆସନ୍ତା ବର୍ଷରୁ ଓଡ଼ିଆ ଭାଷାରେ ଆରମ୍ଭ ହେବ ଇଞ୍ଜିନିୟରିଂ ପାଠପଢ଼ା
ଆସନ୍ତା ଶିକ୍ଷାବର୍ଷରୁ ଓଡ଼ିଆ ଭାଷାରେ ପାଠ ପଢିପାରିବେ ଇଞ୍ଜିନିୟରିଂ ଛାତ୍ରଛାତ୍ରୀ। ଏନେଇ ଭୁବନେଶ୍ୱରରେ ଅଖିଳ ଭାରତୀୟ ବୈଷୟିକ ଶିକ୍ଷା ପରିଷଦ, AICTE ଓ ଓଡ଼ିଶା ଅଧ୍ୟୟନ ଓ ଗବେଷଣା ସଂସ୍ଥା ମଧ୍ୟରେ ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଛି। ଭୁବନେଶ୍ୱର ସ୍ଥିତ ଆଇଆଇଟି ଖଡ଼ଗପୁରର ବର୍ଦ୍ଧିତ କ୍ୟାମ୍ପସରେ ଆୟୋଜିତ ସମାରୋହରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଏଆଇସିଟିଇର ଅଧ୍ୟକ୍ଷ ପ୍ରଫେସର ଅନୀଲ ସହସ୍ରବୁଦ୍ଧେ ଓ ଅବସରପ୍ରାପ୍ତ ରାଷ୍ଟ୍ରଦୂତ ତଥା ଆଇଓଏସଆର ଅଧ୍ୟକ୍ଷ ଅବସର ବେଉରିଆ ଉପସ୍ଥିତ ଥିଲେ।
ଶିକ୍ଷାର ମାନ ଓ ଛାତ୍ରଛାତ୍ରୀଙ୍କ ବୁଝିବା ଭଳି ଡିପ୍ଲୋମା ଏବଂ ବି.ଟେକ ଭଳି ଇଞ୍ଜିନିୟରିଂ ପାଠ୍ୟକ୍ରମକୁ ଓଡ଼ିଆରେ ଅନୁବାଦ କରି ମାତୃଭାଷାରେ ଶିକ୍ଷା ପ୍ରଦାନ ପାଇଁ ନିର୍ଦ୍ଦିଷ୍ଟ ମାର୍ଗଦର୍ଶିକା ପୁସ୍ତକ ପ୍ରସ୍ତୁତିର ବ୍ୟବସ୍ଥା କରୁଥିବାରୁ ଏଆଇସିଟିଇ ଓ ଆଇଓଏସଆରକୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ। ଆମ ରାଜ୍ୟ ୧୫ ବର୍ଷ ପରେ ୨୦୩୬ ମସିହାରେ ଭାଷା ଭିତ୍ତିକ ରାଜ୍ୟ ଭାବେ ସ୍ୱତନ୍ତ୍ର ପ୍ରଦେଶ ଗଠନର ୧୦୦ ବର୍ଷ ପୂରଣ କରିବ। ଏହାଛଡ଼ା ଆଉ ୨୫ ବର୍ଷ ପରେ ଅର୍ଥାତ ୨୦୪୭ ମସିହା ସୁଦ୍ଧା ଦେଶ ସ୍ୱାଧୀନତାର ୧୦୦ ବର୍ଷ ପୂର୍ତ୍ତି ପାଳିବ। ଏହି ସମୟରେ ପୋଷଣ, ଭାଷା, ଶିକ୍ଷା ଓ ରୋଜଗାର ଆମ ପାଇଁ ଆହ୍ୱାନ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି।
Powered by Froala Editor